ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଚୈତ୍ର ପର୍ବ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ, କୋଭିଡ୍ କଟକଣା ଭିତରେ ଚାଲିଛି ରୀତିନୀତି

ଗଞ୍ଜାମ: ଶିବ ଏବଂ ଶାକ୍ତ ଉପାସନାର ପ୍ରତୀକ , ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଚୈତ୍ର ପର୍ବ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି । ଜିଲ୍ଲାର କବିସୂର୍ଯ୍ୟନଗରର ୩ ଟି ଦଣ୍ଡ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଦଣ୍ଡପର୍ବର ପ୍ରଥମ ଦିନରେ ପାରମ୍ପରିକ ଧୂଳିଦଣ୍ଡ , ଜଳଦଣ୍ଡ , ଅଗ୍ନିଦଣ୍ଡ ଓ ପୂଜାପାଠ ରୀତିନୀତି ପ୍ରକାରେ ଆରମ୍ଭ ହୋଇଛି ।

ଗତବର୍ଷ କୋଭିଡ୍ କଟକଣା ଯୋଗୁଁ ଦଣ୍ଡଯାତ୍ରା ବନ୍ଦ ରହିଥିଲା । ଚଳିତ ବର୍ଷ ଗଂଜାମ ବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି କୋଭିଡ୍ କଟକଣା ଭିତରେ ଦଣ୍ଡଯାତ୍ରା ପାଳନ କରିବା ନେଇ , ଜିଲ୍ଲା ପ୍ରଶାସନ ଅନୁମତି ଦେବାପରେ ଏହି ପର୍ବ ଆରମ୍ଭ ହୋଇଛି । ଏନେଇ ଉଭୟ ଦଣ୍ଡଭୋକ୍ତା ଓ ଶ୍ରଦ୍ଧାଳୁ ଖୁସିବ୍ୟକ୍ତ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.