ବିଷାକ୍ତ ସାପ କାମୁଡ଼ାରେ ଝିଅ ମୃତ ମା ଗୁରୁତର

ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଡଙ୍ଗରପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଷାକ୍ତ ସାପ କାମୁଡ଼ାରେ ୪ବର୍ଷ ଝିଅର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା’ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

କଣ୍ଟାବାଞ୍ଜି (କେନ୍ୟୁଜ): ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଡଙ୍ଗରପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଷାକ୍ତ ସାପ କାମୁଡ଼ାରେ ୪ବର୍ଷ ଝିଅର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା’ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ମା ଚାନ୍ଦିନୀ ବେନିଁଆ ଦୁଇ ପୁଅ ଓ ଝିଅଙ୍କ ସହ ରାତିରେ ଘରେ ଶୋଇଥିଲେ । ଏହି ସମୟରେ ଉଭୟଙ୍କୁ ସାପ କାମୁଡି ଥିଲା । ତୁରନ୍ତ ମା’ ଝିଅଙ୍କୁ ଟିଟିଲାଗଡ ସବ-ଡିଭିଜିନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୪ବର୍ଷର ଝିଅକୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ମା ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ଖବର ପାଇ ମୁରିବାହାଲ ଥାନା ପୋଲିସ ଟିଟିଲାଗଡ ହସ୍ପିଟାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମମଲା ରୁଜୁ କରିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.