IPL ରେ ବେଟିଂ କରି କୋଟିଏ ହାରିଲା ସ୍ୱାମୀ, ଋଣଦାତାଙ୍କ ଧମକ ସହିନପାରି ଜୀବନ ହାରିଲା ସ୍ତ୍ରୀ

ସ୍ୱାମୀ IPL ରେ ବେଟିଂରେ ୧ କୋଟି ଟଙ୍କା ଲଗାଇବା ପାଇଁ ଋଣ କରିଥିଲେ । ତେଣୁ ଋଣଦାତା ବାରମ୍ବାର ହଇରାଣ କରୁଥିବାରୁ ୨୩ ବର୍ଷୀୟ ପତ୍ନୀ ନିଜ ଜୀବନ ହାରିଛନ୍ତି । ବ୍ୟକ୍ତି ଜଣକ ଆଇପିଏଲରେ ବେଟିଂ ଲଗାଇବା ପାଇଁ ୧୩ ଜଣଙ୍କ ପାଖରୁ ପ୍ରାୟ ୧.୫ କୋଟି ଟଙ୍କା କରଜ କରିଥିଲେ ।

ଆଇପିଏଲ ବେଟିଂରେ ସ୍ୱାମୀ ୧ କୋଟି ଟଙ୍କା ହାରିବାରୁ ଜୀବନ ହାରିଲା ସ୍ତ୍ରୀ । କର୍ଣ୍ଣାଟକ ଚିତ୍ରଦୁର୍ଗରେ ଘଟିଛି ଏଭଳି ଘଟଣା । ସ୍ୱାମୀ ବେଟିଂରେ ଲଗାଇଥିବା ଟଙ୍କା ଋଣ କରିଥିଲେ । ତେଣୁ ଋଣଦାତା ବାରମ୍ବାର ହଇରାଣ କରୁଥିବା ୨୩ ବର୍ଷୀୟ ପତ୍ନୀ ନିଜ ଜୀବନ ହାରିଛନ୍ତି । ବ୍ୟକ୍ତି ଜଣକ ଆଇପିଏଲରେ ବେଟିଂ ଲଗାଇଥିବା ପାଇଁ ୧୩ ଜଣଙ୍କ ପାଖରୁ ପ୍ରାୟ ୧.୫ କୋଟି ଟଙ୍କା କରଜ କରିଥିଲେ ।

ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ସ୍ୱାମୀ ଦର୍ଶନ ବାବୁ ଜଣେ ଇଞ୍ଜିନିୟର । ୨୦୨୧ ଆଇପିଏଲ ମ୍ୟାଚରୁ ଦର୍ଶନ ବାବୁ ଟଙ୍କା ଲଗାଇବା ଆରମ୍ଭ କରିଥିଲେ । ବାରମ୍ବାର ହାରୁ ଥିଲେ ମଧ୍ୟ ତାଙ୍କ ବେଟିଂ ନିଶା ଛାଡୁ ନଥିଲା । ସେ ପ୍ରାୟ ୧୩ ଜଣଙ୍କର ଠାରୁ ଆଇପିଏଲ ପାଇଁ ପ୍ରାୟ ୧ କୋଟି ଟଙ୍କା ବେଟିଂରେ ହାରି ଯାଇଥିଲେ । ଅପରପକ୍ଷେ ଋଣଦାତାମାନେ ବାରମ୍ବାର ଟଙ୍କା ମାଗୁଥିଲେ ।

ଏହାକୁ ନେଇ ଦର୍ଶନ ବାବୁଙ୍କ ପତ୍ନୀ ରଞ୍ଜିତା ବିଭିନ୍ନ କଥା ଶୁଣି ଆସୁଥିଲେ । ତେବେ ବାରମ୍ବାର ଋଣଦାତାଙ୍କ କଥା ଶୁଣି ନ ପାରି ଶେଷରେ ୨୩ ବର୍ଷୀୟ ରଞ୍ଜିତା ଚରମ ନିଷ୍ପତ୍ତି ନେଇଥିଲେ । ଗତ ମାର୍ଚ୍ଚ ୧୮ ତାରିଖରେ ପୋଲିସ ତାଙ୍କ ମୃତଦେହ ଜବତ କରିଥିଲା ।

ସୂଚନା ମୁତାବକ, ରଞ୍ଜିତା ଏବଂ ଦର୍ଶନଙ୍କ ବିବାହ ୨୦୨୦ ରେ ହୋଇଥିଲା । ସେ ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ଆଇପିଏଲରେ ବେଟିଂ ଲଗାଇଥିଲେ । ଆଉ ଏଥିପାଇଁ ୧୩ ଜଣଙ୍କ ଠାରୁ ୧.୫ କୋଟି ଟଙ୍କାର କରଜ କରିଥିଲେ । ଯାହା ସେ ବେଟିଂରେ ହାରିଯାଇଥିଲେ । ଦର୍ଶନ ପାଖାପାଖି ୧ କୋଟି ଟଙ୍କା ସୁଝିଦେଇଥିଲେ କିନ୍ତୁ ବାକି ଅନ୍ୟ ଟଙ୍କା ବାକି ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.