‘ବିଗ୍‌ ବସ୍‌ ୧୭’ ବିଜେତା ମୁନାଓ୍ଵର ଫାରୁକିଙ୍କ ବିରୋଧରେ ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ

ମୁନାଓ୍ଵର ଫାରୁକି ତାଙ୍କ ବିବାଦୀୟ ମନ୍ତବ୍ୟ ଏବଂ ବେଳେବେଳେ ତାଙ୍କ ପର୍ସନାଲ ଲାଇଫ୍‌ ପାଇଁ ସେ ହେଡଲାଇନରେ ରହିଥାନ୍ତି । କିନ୍ତୁ ଏଥର ତାଙ୍କ ଉପରେ ଗମ୍ଭୀର ଅଭିଯୋଗ ଲାଗିଛି ଏବଂ ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ ବଡ ପଦକ୍ଷେପ ନେଇଛି । ‘ବିଗ୍ ବସ୍ ୧୭’ ବିଜେତା ମୁନାଓ୍ଵର ଫାରୁକି ମୁମ୍ବାଇ ପୋଲିସ ଦ୍ୱାରା ଅଟକ ରହିଛନ୍ତି । କାରଣ ମୁମ୍ବାଇର ଏକ ହୁକା ପାର୍ଲରରେ ବେଆଇନ ଜିନିଷ ଖାଉଥିବା ବେଳେ ମୁନାଓ୍ଵର ଫାରୁକି ଧରାପଡିଛନ୍ତି ।

ବର୍ତ୍ତମାନ ‘ବିଗ୍ ବସ୍ ୧୭’ ବିଜେତା ମୁନାଓ୍ଵର ଫାରୁକି ପ୍ରାୟତଃ ବିବାଦରେ ରହୁଛନ୍ତି । ତେବେ ଗୋଟିଏ ପରେ ଗୋଟିଏ ନୂଆ ମାମଲାରେ ତାଙ୍କ ନାମ ଶୁଣିବାକୁ ମିଳୁଛି । ବେଳେବେଳେ ବିବାଦୀୟ ମନ୍ତବ୍ୟ ଏବଂ ବେଳେବେଳେ ତାଙ୍କ ପର୍ସନାଲ ଲାଇଫ୍‌ ପାଇଁ ସେ ହେଡଲାଇନରେ ରହିଥାନ୍ତି । କିନ୍ତୁ ଏଥର ତାଙ୍କ ଉପରେ ଗମ୍ଭୀର ଅଭିଯୋଗ ଲାଗିଛି ଏବଂ ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ ବଡ ପଦକ୍ଷେପ ନେଇଛି । ‘ବିଗ୍ ବସ୍ ୧୭’ ବିଜେତା ମୁନାଓ୍ଵର ଫାରୁକି ମୁମ୍ବାଇ ପୋଲିସ ଦ୍ୱାରା ଅଟକ ରହିଛନ୍ତି । କାରଣ ମୁମ୍ବାଇର ଏକ ହୁକା ପାର୍ଲରରେ ବେଆଇନ ଜିନିଷ ଖାଉଥିବା ବେଳେ ମୁନାଓ୍ଵର ଫାରୁକି ଧରାପଡିଛନ୍ତି । ଯାହା ଫଳରେ ଦକ୍ଷିଣ ମୁମ୍ବାଇର ହୁକା ପାର୍ଲର ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଗତ ମଙ୍ଗଳବାର ବିଳମ୍ବିତ ରାତିରେ ମୁମ୍ବାଇ ପୋଲିସର ଏସ୍ ବ୍ରାଞ୍ଚର ଏକ ହୋଟେଲ ଉପରେ ଚଢାଉ କରିଥିଲା, ଯେଉଁଥିରେ ହୁକା ବାର୍ ମଧ୍ୟ ଥିଲା, ଯେଉଁଠାରେ ‘ବିଗ୍ ବସ୍ ୧୭’ ବିଜେତା ମୁନାଓ୍ଵର ଫାରୁକିଙ୍କ ସମେତ ମୋଟ ୧୪ ଜଣଙ୍କୁ ଅଟକ ରଖାଯାଇଥିଲା ଏବଂ ମାମଲା ରୁଜୁ ହୋଇଥିଲା । ତେବେ ଏହା ଏକ ଜାମିନଯୋଗ୍ୟ ଅପରାଧ, କିନ୍ତୁ ପୋଲିସ ଏକ ନୋଟିସ ଦେଇ ମୁନାଓ୍ଵର ଫାରୁକିଙ୍କୁ ଯିବାକୁ ଦେଇଥିଲା । ବର୍ତ୍ତମାନ ଏମଆରଏ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ଏବଂ ଏହାକୁ ନେଇ ଅଧିକ ତଦନ୍ତ ଚାଲିଛି ।

ପ୍ରକୃତରେ ଗତକାଲି ରାତିରେ ମୁମ୍ବାଇର ଫୋର୍ଟ ଅଞ୍ଚଳରେ ଅବସ୍ଥିତ ସାବଲାନ ହୋଟେଲ ଉପରେ ପୋଲିସ ଚଢାଉ କରିଥିଲା । ଏହି ଚଢାଉ ସମୟରେ କିଛି ଲୋକଙ୍କୁ ଗିରଫ କରାଯାଇଥିଲା ଯେଉଁଥିରେ ତମାଖୁ, ଗୁଡ୍‌କା ଏବଂ ହୁକା ଭଳି ପ୍ରଡକ୍ଟ ଜବତ କରାଯାଇଥିଲା । ତେବେ ମହାରାଷ୍ଟ୍ରରେ ହୁକ୍କା ପାର୍ଲର ଉପରେ ନିଷେଧାଦେଶ ଦିଆଯାଇଛି, କିନ୍ତୁ ଏହା ପରେ ମଧ୍ୟ ହୁକା ପାର୍ଲର ଅନେକ ସ୍ଥାନରେ ଚାଲିଛି । ଗତକାଲି ହୋଟେଲରେ ତମାଖୁ ପ୍ରଡକ୍ଟସହିତ ଏକ ହୁକା ପାର୍ଲର ଚାଲୁଥିବା ବିଷୟରେ ପୋଲିସ ସୂଚନା ପାଇଥିଲା ।

ନିକଟରେ ମୁନାଓ୍ଵର ଫାରୁକି ‘ବିଗ୍ ବସ୍ ୧୭’ର ବିଜେତା ହୋଇଥିଲେ । ସୂଚନା ମୁତାବକ, ଏହି କିଛି ଦିନ ହେବ ମୁନାଓ୍ଵର ଫାରୁକି ବିବାଦରେ ରହିଥିଲେ । କାରଣ ଷ୍ଟାଣ୍ଡ ଅପ୍ କମେଡି ସମୟରେ ସେ ମାତା ସୀତାଙ୍କ ବିଷୟରେ କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିଲା ଏବଂ ତାଙ୍କୁ ଏଥିପାଇଁ ଜେଲ ଯିବାକୁ ମଧ୍ୟ ପଡିଥିଲା । ଏହା ବ୍ୟତୀତ ତାଙ୍କର ପର୍ସନାଲ ଲାଇଫ୍‌ ଯୋଗୁ ଲାଇମଲାଇଟ୍ ରହିଥିଲେ ଏବଂ ସୋ ‘ଲକ୍ଅପ୍’ ପାଇଁ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ରହିଥିଲେ । ଏହା ପରେ ‘ବିଗ୍ ବସ୍’କୁ ଆସିବା ପରେ ସେ ଏକାସାଙ୍ଗରେ ୩ ଜଣ ଝିଅଙ୍କୁ ଡେଟ୍ କରୁଥିଲେ ବୋଲି ଅନେକ ଖବର ସାମ୍ନାକୁ ଆସିଥିଲା । ତେବେ ମୁନାଓ୍ଵାରଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ସେ ‘ବିଗ୍ ବସ୍ ୧୭’ ଜିତିବା ପୂର୍ବରୁ ସୋ ‘ଲକ୍ଅପ୍’ ଜିତିଥିଲେ, ଯାହା କଙ୍ଗନା ରାଣାୱତ ଦ୍ୱାରା ଆୟୋଜିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.