ସରକାରୀ ସୁବିଧାରୁ ବଞ୍ଚିତ ଗରିବ ପରିବାର, ଦୁଃଖ ଶୁଣିବାକୁ କେହି ନାହାଁନ୍ତି

ବାପା ମା ସ୍ବପ୍ନ ଦେଖିଥିଲେ ପୁଅ ବଡ଼ ହେଲେ ତାଙ୍କର ଆଶାର ବାଡ଼ି ହେବ । କିନ୍ତୁ ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା । ଧନେଶ୍ୱର ବୃଦ୍ଧା ଅବସ୍ଥାରେ ପୁଅ ବୋହୁ ଓ ନାତିର ବୋଝ ମୁଣ୍ଡାଇ ଦିନ ମଜୁରି ଲାଗି ପେଟ ପୋଷୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ପରିବାର ଚଳାଇବାରେ ଅକ୍ଷମ ହୋଇପଡ଼ିଛନ୍ତି ।

ଯାଜପୁର (କେନ୍ୟୁଜ) : ସବୁକିଛି ଠିକ ଥିଲା । ତେଲ ଲୁଣର ସଂସାରରେ ଖୁସିରେ ଚଳି ଯାଉଥିଲେ ସମସ୍ତେ । କିନ୍ତୁ ହଠାତ ଘରେ ମାଡ଼ି ଆସିଲା ଦୁଃଖର କଳା ବାଦଲ । ପୁଅ ହେଲା ମାନସିକ ବିକାରଗ୍ରସ୍ଥ । ବୁଢ଼ା ବାପଟି କାହାକୁ ବା ସାହାଯ୍ୟ ମାଗିବ । ନିଜେ ଯାହା ପାରିଲେ ରୋଜଗାର କରି ଆଣିଲେ ଘର ଚଳୁଥିଲା । କିନ୍ତୁ ଏବେ ତାଙ୍କର ବି ଅବସ୍ଥା ଭଲ ନାହିଁ । ପରିବାରକୁ ଚଳାଇବା ପାଇଁ ସାମର୍ଥ୍ୟ ନାହିଁ । କେମିତି ପରିବାର ଚଳାଇବେ ସେହି ଚିନ୍ତାରେ ଦିନ ରାତି କଟୁଛି ।

ପରିବାକୁ ମିଳୁନି ସରକାରୀ ସାହାଯ୍ୟ । ସରକାରୀ ଯୋଜନା ସବୁ ଯୋଜନାରେ ରହୁଛି । ପରିବାରକୁ ସରକାରୀ ଯୋଜନାର ଫାଇଦା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ କପିଳା ପଞ୍ଚାୟତ ରାହାସ ଗୁହାଳି ଗାଁ ର ଧନେଶ୍ୱର ଦାସ ଏବଂ ପୁଅ ଲେଲିନ ଦାସ ଏବେ ବହୁ କଷ୍ଟରେ ଜୀବନ ଯାପନ କରୁଥିବା ବେଳେ ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ବାପା ମା ସ୍ବପ୍ନ ଦେଖିଥିଲେ ପୁଅ ବଡ଼ ହେଲେ ତାଙ୍କର ଆଶାର ବାଡ଼ି ହେବ । କିନ୍ତୁ ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା । ଧନେଶ୍ୱର ବୃଦ୍ଧା ଅବସ୍ଥାରେ ପୁଅ ବୋହୁ ଓ ନାତିର ବୋଝ ମୁଣ୍ଡାଇ ଦିନ ମଜୁରି ଲାଗି ପେଟ ପୋଷୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ପରିବାର ଚଳାଇବାରେ ଅକ୍ଷମ ହୋଇପଡ଼ିଛନ୍ତି । ସରକାର ଓ ସମସ୍ତ ଅଧିକାରୀଙ୍କୁ ଭେଟି ନିଜ ଦୁଃଖ ପ୍ରକାଶ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଗତ କିଛି ଦିନ ତଳେ ବିଞ୍ଝାରପୁର ବ୍ଲକ କକ୍ଷରେ ଜନଶୁଣାଣିରେ ଜିଲ୍ଲାପାଳଙ୍କୁ ଭେଟି ନିଜ ଦୁଃଖ ପ୍ରକାଶ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ନା ଭତ୍ତା ନା ଚାଉଳ ନା ଘର ପାଇଁ କୌଣସି ସରକାରୀ ସହାୟତା ମିଳି ପାରିଛି । ଘରର ଅବସ୍ଥା ନ କହିବା ଭଲ । ବହୁ କଷ୍ଟରେ ପରିବାର ଚଳାଉଛନ୍ତି ଧନେଶ୍ୱର । ତେବେ ତାଙ୍କୁ ଯଦି କିଛି ସରକାରୀ ସହାୟତା ମିଳନ୍ତା ତେବେ ତାଙ୍କ ଦୁଃଖ ଦୂର ହୋଇପାରନ୍ତା । ତେବେ ଦେଖିବାକୁ ବାକି ରହିଲା କେବେ ଏହି ପରିବାର ନିକଟରେ ସରକାରୀ ଯୋଜନା ପହଞ୍ଚୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.