ବଢିଲା ଶୁବମନ ଗିଲ୍‌ଙ୍କ ସମସ୍ୟା, ଚେନ୍ନାଇ ଠାରୁ ହାରିବା ପରେ ଏବେ ଦେବାକୁ ହେବ ଜରିମାନା

ଗୁଜରାଟ ଟାଇଟନ୍ସର ଅଧିନାୟକ ଶୁବମନ ଗିଲ୍‌ ଚେନ୍ନାଇ ସୁପରକିଙ୍ଗ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ରେଟ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ତାଙ୍କ ଟିମ୍‌ ବୋଲିଂ କରିପାରିନଥିଲା । ତେଣୁ ତାଙ୍କ ଉପରେ ଜରିମାନା ଲାଗିଛି । ତାଙ୍କ ଉପରେ ପାଖାପାଖି ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି ।

ଭାରତୀୟ ଟିମର ଷ୍ଟାର ଖେଳାଳି ଶୁବମନ ଗିଲ୍‌ ଆଇପିଏଲରେ ପ୍ରଥମଥର ପାଇଁ ଅଧିନାୟକତ୍ୱ କରୁଛନ୍ତି । ଗୁଜରାଟ ଟାଇଟନ୍ସ ଟିମର ଅଧିନାୟକ ଦାୟିତ୍ୱରେ ଅଛନ୍ତି ଶୁବମନ । ଆଇପିଏଲ ୨୦୨୪ ର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁଜରାଟ ଜିତିଯାଇଛି କିନ୍ତୁ ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଠାରୁ ହାରିଛି ଗୁଜରାଟ । ଚେନ୍ନାଇ ଠାରୁ ଗୁଜରାଟ ୬୩ ରନରେ ହାରିଛି । ହାରିବା ପରେ ଶୁବମନ ଗିଲ୍‌ ମୁସ୍କିଲରେ ପଡିଛନ୍ତି । ଶୁବମନଙ୍କ ଟିମ ଉପରେ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିଛି ।

ଗୁଜରାଟ ଟାଇଟନ୍ସର ଅଧିନାୟକ ଶୁବମନ ଗିଲ୍‌ ଚେନ୍ନାଇ ସୁପରକିଙ୍ଗ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ରେଟ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ତାଙ୍କ ଟିମ୍‌ ବୋଲିଂ କରିପାରିନଥିଲା । ତେଣୁ ତାଙ୍କ ଉପରେ ଜରିମାନା ଲାଗିଛି । ତାଙ୍କ ଉପରେ ପାଖାପାଖି ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି । ଆଇପିଏଲରେ ସର୍ବନିମ୍ନ ଓଭର ସ୍ପିଡ ସମ୍ବନ୍ଧୀୟ ଆଚାର ସଂହିତାରେ ଗୁଜରାଟ ଟିମର ଚଳିତ ସିଜନର ପ୍ରଥମ ଅପରାଧ । ତେଣୁ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଛି ।

ଶୁବମନ ଗିଲ ଚେନ୍ନାଇ ସୁପରକିଙ୍ଗସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ତୁରନ୍ତ ଠିକ୍‌ କରି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଚେନ୍ନାଇ ୨୦ ଓଭରରେ ୨୦୬ ରନ୍‌ କରିଥିଲା । ତେଣୁ ରଣନୀତି ଏବଂ ବୋଲିଂ ଲାଇନ ଅପ୍‌ କରିବା ପାଇଁ ଶୁବମନଙ୍କୁ କିଛି ସମୟ ଲାଗିଥିଲା । ଚେନ୍ନାଇର ଇନିଂସର ଶେଷ ଓଭରରେ ଗୁଜରାଟ ୩୦ ଗଜ ଭିତରେ କେବଳ ୪ ଖେଳାଳି ରହିଥିଲେ । ଏହି କାରଣ ଯୋଗୁଁ ଶୁବମନଙ୍କୁ ସ୍ଲୋ ଓଭର ରେଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ଚେନ୍ନାଇ ଦେଇ ୨୦୬ ରନର ଟାର୍ଗେଟକୁ ପୂରଣ କରିପାରିନଥିଲା ଗୁଜରାଟ । ମାତ୍ର ୧୪୩ ରନରେ ୮ ଓ୍ଵିକେଟ ହରାଇଥିଲା ଟିମ୍‌ । ଆଉ ୬୩ ରନରେ ହାରିଥିଲା ଗୁଜରାଟ । ଗୁଜରାଟ ଆଗାମୀ ମ୍ୟାଚ ୩୧ ମାର୍ଚ୍ଚ ଅହମଦାବାଦରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.