ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସ ହାତରେ ବଡ଼ ବନ୍ଧୁକ ରାକେଟ୍, ୫ ବନ୍ଧୁକ ଜବତ, ୨ ଗିରଫ

ନିର୍ବାଚନ ପୂର୍ବରୁ ଭୁବନେଶ୍ବର କମିଶନରେଟ ପୋଲିସ ହାତରେ ବଡ଼ ବନ୍ଧୁକ ରାକେଟ୍ । ୫ ଟି ସେମି ଅଟୋମେଟିକ ବନ୍ଧୁକ ସହ ୨୪ ରାଉଣ୍ଡ ଗୁଳି ଜବତ। 7. 65 ଏମଏମର ୪ ଟି ବନ୍ଧୁକ ଓ ୨୦ ରାଉଣ୍ଡ ଗୁଳି ଓ ଗୋଟିଏ ୯ ଏମ ଏମ ବନ୍ଧୁକ ସହ ୪ ରାଉଣ୍ଡ ଗୁଳି ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ।

ଭୁବନେଶ୍ବର (କେନ୍ୟୁଜ): ନିର୍ବାଚନ ପୂର୍ବରୁ ଭୁବନେଶ୍ବର କମିଶନରେଟ ପୋଲିସ ହାତରେ ବଡ଼ ବନ୍ଧୁକ ରାକେଟ୍ । ୫ ଟି ସେମି ଅଟୋମେଟିକ ବନ୍ଧୁକ ସହ ୨୪ ରାଉଣ୍ଡ ଗୁଳି ଜବତ। 7. 65 ଏମଏମର ୪ ଟି ବନ୍ଧୁକ ଓ ୨୦ ରାଉଣ୍ଡ ଗୁଳି ଓ ଗୋଟିଏ ୯ ଏମ ଏମ ବନ୍ଧୁକ ସହ ୪ ରାଉଣ୍ଡ ଗୁଳି ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ।

ସେହିପରି ଏକ ମୋବାଇଲ ଫୋନ ଓ ଏକ ବାଇକ ଜବତ କରାଯାଇଛି । ଦୁଇ ଅଭିଯୁକ୍ତ ସୁରଜ ପରିଡା , ତପୁଧର ନାୟକ ଗିରଫ କରିଛି ପୋଲିସ। ସୁରଜ ଜଣେ ଡିପ୍ଲୋମା ଇଞ୍ଜିନିୟର। ତା ଘର ଭୁବନେଶ୍ବର ସରକନ୍ତାରେ । ସେହିପରି ଅଭିଯୁକ୍ତ ତପୁ ଧର ଘର ବାଲେଶ୍ୱର ଜିଲ୍ଲା ସୋରୋ ଅଞ୍ଚଳରେ । ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ। ତମାଣ୍ଡୋ, ହଂସପାଳ ଓ ସରକନ୍ତରା ଅଞ୍ଚଳରେ ରେଡ କରି ଏହି ବନ୍ଧୁକ ଗୁଳି ଜବତ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ସୁବ୍ରତ ଖୁଣ୍ଟିଆ ଏବେବି ଫେରାର ଅଛି । ତା ଘରୁ ୩ ଟି ବନ୍ଧୁକ ମିଳିଛି । ୨୦୨୩ ରେ ୩୮ଟି ବନ୍ଧୁକ ଜବତ ହୋଇଥିବା ବେଳେ ୨୦୨୪ରେ ଏଯାଏ ୧୭ଟି ବନ୍ଧୁକ ଜବତ ହେଲାଣି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.