ଦୀର୍ଘ ବର୍ଷ ଧରି ଏକାଠି ହୋଲି ପାଳୁଛନ୍ତି ହିନ୍ଦୁ ମୁସଲିମ୍‌, ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ଏହି ସ୍ଥାନରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ରେଂଘାଳୋ ବଡ଼ମାଛପୁର ଅଞ୍ଚଳର ହିନ୍ଦୁ ଓ ମୁସଲମାନ ମିଳିମିଶି ଆନନ୍ଦ ଉଲ୍ଲାସରେ ଦୋଳପୂର୍ଣ୍ଣିମାରେ ହୋଲି ଉତ୍ସବ ପାଳନ କରିଛନ୍ତି ।

ପୁରୀ (କେନ୍ୟୁଜ): ଦୋଳପୁର୍ଣିମା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ବ୍ଲକ ଅଧୀନ ଶଗଡା ପଞ୍ଚାୟତର ରେଂଘାଳୋ ବଡ଼ମାଛପୁର ଗ୍ରାମରେ ହେଉଥିବା ଏକ ନିଆରା ପରମ୍ପରା ବିଷୟରେ କହିବାକୁ ଯାଉଛୁ । ଏହି ସ୍ଥାନରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ରେଂଘାଳୋ ବଡ଼ମାଛପୁର ଅଞ୍ଚଳର ହିନ୍ଦୁ ଓ ମୁସଲମାନ ମିଳିମିଶି ଆନନ୍ଦ ଉଲ୍ଲାସରେ ଦୋଳପୂର୍ଣ୍ଣିମାରେ ହୋଲି ଉତ୍ସବ ପାଳନ କରିଛନ୍ତି । ରେଂଘାଳୋ ବଡ଼ମାଛପୁର ଅନ୍ୟ ଅଞ୍ଚଳ ପାଇଁ ଏହା ଏକ ଉଦାହରଣ ସୃଷ୍ଟି କରିଛି ।

ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ବ୍ଲକ ଅଧୀନ ଶାଗଡା ପଞ୍ଚାୟତର ବଡ଼ମାଛପୁର ରେଂଘାଳୋଠାରେ ଦୋଳପୁର୍ଣିମାକୁ ଉଭୟ ହିନ୍ଦୁ ଓ ମୁସଲମାନ ଲୋକମାନେ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ଏହି ଦିନ ବଡ଼ମାଛପୁର ଗ୍ରାମର ମହାଦେବ ଭୁବନେଶ୍ୱରଦେବ ଏବଂ ରେଙ୍ଗାଳ ଗ୍ରାମର ରାଧାକୃଷ୍ଣ ଦୁଇଟି ସୁସଜିତ ବିମାନରେ ଗ୍ରାମ ପରିକ୍ରମା କରି ଚାଚେରୀ ଭୋଗ ଖାଇଥାନ୍ତି । ପରେ ମେଣ୍ଢା କୁଡ଼ିଆ ପୋଡା ସରିବା ପରେ ଦୋଳବେଦୀକୁ ବିରାଜମାନ କରିଥାନ୍ତି । ପରେ ଉଭୟ ସମ୍ପ୍ରଦାୟ ପରସ୍ପର ମଧ୍ୟରେ ରଙ୍ଗ ବୋଳାବୋଳି ହୋଇଥାନ୍ତି ।

ବର୍ଷକୁ ଥରେ ଦୋଳପୂର୍ଣ୍ଣିମାରେ ଏକାଠି ହୋଇଥାନ୍ତି ଉଭୟ ହିନ୍ଦୁ ଓ ମୁସଲମାନ । ଦୀର୍ଘ ବର୍ଷ ଧରି ଏମାନେ ଦୋଳ ପୁର୍ଣିମା ପାଳନ କରି ଆସୁଛନ୍ତି । ଦୋଳପୁର୍ଣିମା ପାଇଁ ଘରେ ଘରେ ବନ୍ଧୁ ବାନ୍ଧବ ଭର୍ତ୍ତି ହୋଇଯାଆନ୍ତି ଏବଂ ଏହି ପର୍ବକୁ ଖୁବ୍‌ ଧୁମ ଧାମରେ ପାଳନ କରନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.