ପୁଅ ହେଉନଥିଲା ବୋଲି ନିଆଁ ଲଗାଇ ପୋଡି ମାରିଦେଲେ ଶାଶୂଘର ଲୋକେ

ରାଉରକେଲା: ବେଟି ବଚାଓ ବେଟି ପଢ଼ାଓ ଆଦି ଯେତେ ସ୍ଲୋଗାନ ଦେଲେ ମଧ୍ୟ ଏହା ଲୋକଙ୍କ ମନରେ ବେଶୀ କିଛି ପ୍ରଭାବ ପକାଉନାହିଁ କେବଳ ସ୍ଲୋଗାନ ରେ ହିଁ ରହିଯାଇଛି । କନ୍ୟା ସନ୍ତାନ ଜନ୍ମ ପାଇଁ ରାଉରକେଲା ସହରରେ ପୁଣି ଏକ ଘଟଣା ଘଟିଛି ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କୋଇଲାଗେଟ ଅଞ୍ଚଳରେ । ଛଅ ବର୍ଷ ହେଲା ବିବାହ କରିଥିବା ରାଧାକୁମାରିଙ୍କ ଝିଅ ହେଉଥିବାରୁ ତାକୁ ଶାଶୁ ଘର ଲୋକ ପୋଡି ମାରି ଦେଇଥିବାର ଅଭିଯୋଗ ହୋଇଛି ଥାନାରେ । ମୃତ୍ୟୁ ପୂର୍ବରୁ ରାଧା କୁମାରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ସରକାରୀ ଡାକ୍ତର ଖାନାରେ । ଉକ୍ତ କନ୍ୟାକୁ IGH ନିଆଯାଇଥିଲା ଏବଂ ସେଠାରେ ଦିନକ ପରେ ଚିକିତ୍ସା ସମୟରେ ତାର ମୃତ୍ୟୁ ହୋଇଥିଲା । ଘଟଣା ଘଟିଛି ଏହିପରି ।

ଛଅ ବର୍ଷ ପୂର୍ବେ ରାଉରକେଲା ଗୋପବନ୍ଧୁପାଲିର ଶିବ କୁମାର ସୋର୍ଣକାରଙ୍କ ଝିଅ ରାଧା କୁମାରୀ ବିବାହ କରିଥିଲେ ବନ୍ଧମୁଣ୍ଡା ଥାନା କୋଇଲା ଗେଟ ଅଞ୍ଚଳର ବିନୋଦ ସିଂଙ୍କୁ । ୬ ମାସ ଠିକ ଚାଲିଥିଲା କିନ୍ତୁ ତାପରେ ଯୌତୁକ ଲାଗି ମାରପିଟ ଆରମ୍ଭ ହୋଇଯାଇଥିଲା ଶାଶୁ ଘର ଲୋକଙ୍କ ପକ୍ଷରୁ । ପରେ ମାଡ଼ପିଟରେ ତାଙ୍କର ଗର୍ଭପାତ ମଧ୍ୟ ହୋଇଯାଇଥିଲା । ୨ ବର୍ଷ ପରେ ଆଉ ଏକ ଝିଅ ମଧ୍ୟ ହୋଇଥିଲା । ପୁଣି ଏବେ ରାଧା କୁମାରୀ ଗର୍ଭବତୀ ହେବାରୁ ତାର ଅଲ୍ଟ୍ରାସାଉଣ୍ଡ କରି ଗର୍ଭରେ ଝିଅ ଅଛି ବୋଲି ଜାଣିବାକୁ ପାଇଥିଲେ ପରିବାର ଲୋକ ମାନେ । ଆଠ ମାସର ଗର୍ଭବତୀ ଥିବାବେଳେ ରାଧାକୁମାରିଙ୍କ ସହ ମାଡ଼ପିଟ କରି ୧ ଫେବୃଆରୀ ଦିନ ନିଆଁରେ ପୋଡ଼ି ମାରି ଦେବା ଉଦ୍ୟମ କରିଥିଲେ ଶାଶୁଘର ଲୋକମାନେ ।

ସରକାରୀ ହସ୍ପିଟାଲରେ ଗୁରତର ଭାବେ ପୋଡି ହୋଇ ଭର୍ତ୍ତି ହୋଇଥିବା ରାଧା କୁମାରୀ ସୋମବାର ମଧ୍ୟ ରାତ୍ରରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ଝିଅକୁ ପୋଡି ମାରି ଦେଇଥିବାର ଅଭିଯୋଗରେ ମୃତ ରାଧାକୁମାରୀ ବାପା ବନ୍ଧମୁଣ୍ଡା ଥାନାରେ କରିବା ପରେ ପୋଲିସ ରାଧାକୁମାରିଙ୍କ ସ୍ୱାମୀ ବିନୋଦ ସିଂ, ଶଶୁର ରାମକୀର୍ତି ସିଂ, ଦେଢଶୁର ଜୟ ମଙ୍ଗଲ ସିଂ ଏବଂ ଯାଆ ମୁନି ଦେବୀଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ଏହି ଘଟଣାକୁ ନେଇ ରାଉରକେଲା ରେ ଉଦବେଗ ପ୍ରକାଶ ପାଇଛି । ଦୋଷୀ ମାନଙ୍କୁ କଡା ଦଣ୍ଡ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.