ନିଆଳି : ୪ବର୍ଷ ପରେ ମିଳିଲା ନିଖୋଜ ବୃଦ୍ଧଙ୍କ ଦେହାବଶେଷ

କଟକ : ୪ବର୍ଷ ପରେ ମିଳିଲା ନିଖୋଜ ବୃଦ୍ଧଙ୍କ ଦେହାବଶେଷ। କଟକ ନିଆଳି ଥାନା କଟିକଟା ଗାଁର ଧ୍ରୁବ ସାହୁ ୨୦୧୫ ଅଗଷ୍ଟ ୨ତାରିଖରେ ନିଖୋଜ ନେଇ ତାଙ୍କ ପୁଅ ଥାନାରେ କରିଥିଲେ ଅଭିଯୋଗ। ଧ୍ରୁବ ନିଖୋଜ ହେବା ପରେ ଘର ଲୋକ ଖୋଜାଖୋଜି କରି ନିରାଶ ହୋଇଥିଲେ। ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେବେ ତାଙ୍କ ଘର ପଛ ଗୋବର ଗ୍ୟାସ ଟାଙ୍କି ସଫା କରିବା ବେଳେ ହାଡ଼, ଲୁଙ୍ଗି ଓ ଟର୍ଚ୍ଚ ଆଦି ଉଦ୍ଧାର ହୋଇଥିଲା। ଏହାପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ପୋଲିସ ଓ ସାଇଣ୍ଟିଫିକ ଟିଂମ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ପୋଲିସ ହତ୍ୟା ମାମଲା ରୁଜୁ କରିଛି। ମୃତ ଦେହର ହାଡ଼କୁ ଫରେନସିକ ଲ୍ୟାବକୁ ପଠାଇ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଧ୍ରୁବଙ୍କ ମୃତ୍ୟୁ କିପରି ହେଲା ତାର ଖୁଲାସା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.