କାଠ ଯୋଡି ନଦୀ ପଠାରେ ଯୁବକଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ କରୁଛି ତଦନ୍ତ

କଟକ(କେନ୍ଯୁଜ୍): କାଠ ଯୋଡି ନଦୀ ପଠାରେ ଯୁବକଙ୍କ ଅର୍ଦ୍ଧ ପୋଡା ମୃତଦେହ ଉଦ୍ଧାର । ଶରୀରଟି ସମ୍ପୂର୍ଣ୍ଣ ପୋଡି ଯାଇଥିବାବେଳେ, ମୁଣ୍ଡଟି ବାଲି ଭିତରେ ପୋତା ଯାଇଛି। ଶରୀର ବାହାରେ ରହିଛି। ଘଟଣାସ୍ଥଳରେ ପୁରୀଘାଟ ଥାନା ପୋଲିସ ପହଁଚି ତଦନ୍ତ କରୁଛି।

ତେବେ ଏହା ଆତ୍ମହତ୍ୟା କି ହତ୍ୟା ସେ ନେଇ ତଦନ୍ତ ଚାଲିଛି। ମୃତକଙ୍କ ପରିଚୟ ଏଯାଏ ଜଣା ପଡିନାହିଁ। ଅନ୍ଯପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଁଚିଛି । ଗତକାଲି ରାତିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।

You might also like