ଜଗତସିଂହପୁର: ଅଖା ଭିତରୁ ମିଳିଲା ମହିଳାଙ୍କ ମୃତଦେହ, ୩ଜଣଙ୍କୁ ଅଟକ ରଖିଛି ପୋଲିସ୍

ଜଗତସିଂହପୁର(କେନ୍ଯୁଜ୍): ଜଗତସିଂହପୁର ଏରସମା ଥାନା କୁଂଜକୋଠି ଗ୍ରାମରେ ଅଖା ଭିତରୁ ମିଳିଲା ମହିଳାଙ୍କ ମୃତଦେହ। ମୃତକ ହେଲେ ତୁଳସୀ ମଣ୍ଡଳ। ସେହି ଗ୍ରାମର ସଞ୍ଜୁ ଦାସଙ୍କ ଘରୁ ମିଳିଲା ଅଖା । ପୋଲିସ ତଦନ୍ତ ଆରମ୍ଭ କରି ଏହି ଘଟଣାରେ ତିନି ଅଟକ।
ସୁଧ କାରବାରରୁ ହତ୍ୟା କରାଯାଇଥିବା ସନ୍ଧେହ କରାଯାଉଛି । ସେହି ଗ୍ରାମର ସଞ୍ଜୁ ଦାସଙ୍କ ସମେତ ଦୁଇ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ସାଇଣ୍ଟିଫିକ ଟିମକୁ ଅପେକ୍ଷା କରାଯାଇଛି ସେମାନେ ପହଁଚିଲେ ଅଧିକ ତଦନ୍ତ ହେବ। ସୂଚନା ଥାଉକି, ମୃତ ତୁଳସୀ ମଣ୍ଡଳଙ୍କ ସ୍ୱାମୀ ସଚିତ୍ର ମଣ୍ଡଳଙ୍କ ସମେତ ତାଙ୍କର ଦୁଇ ପୁଅ ଅଛନ୍ତି।