ରାଜପଥ ମରାମତି ଦାବିରେ ଆଜି ଅନୁଗୁଳ ଓ ତାଳଚେରରୁ କଟକ-ଭୁନେଶ୍ୱରକୁ ଗଡିବନି ବସ୍‌, ୧୨ଘଣ୍ଟିଆ ବନ୍ଦ ଡାକରା

ଅନୁଗୁଳ/ତାଳଚେର(କେନ୍ଯୁଜ୍): ଆଜି ଅନୁଗୁଳ ଓ ତାଳଚେରରୁ କଟକ -ଭୁନେଶ୍ୱରକୁ ଗଡିବନି ବସ୍‌। ୧୨ଘଣ୍ଟିଆ ବସ୍‌ ଚଳାଚଳ ବନ୍ଦ ଡାକରା ଦେଇଛନ୍ତି ଭୁବନେଶ୍ୱର, କଟକ, ଢେଙ୍କନାଳ, ଅନୁଗୁଳ ଓ ତାଳଚେର ବସ୍‌ ମାଲିକ ସଂଘ। ଏହାଫଳରେ ଗଡିବନି ପ୍ରାୟ ୩ଶହ ବସ୍‌। ୫୫ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ବସ୍‌ ଆନ୍ଦୋଳନ ଡାକରା ଦିଆଯାଇଛି।

ସମ୍ବଲପୁରରୁ ଅନୁଗୁଳ ଦେଇ କଟକ ଯାଇଥିବା ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡିଛି। ରାଜପଥର କାମ ସରିବାର ନାଁ ନେଉନି। ଫଳରେ ଏହି ରାସ୍ତା ଦେଇ ଯାଉଥିବା ବସ୍‌ ଗୁଡି ବାରମ୍ବାର ଦୁର୍ଘଟଣାର ଶୀକାର ହେବା ସହ ଖରାପ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.