ବାରହା ଫାସରେ ପଡି କଲରାପତରିଆ ବାଘର ମୃତ୍ୟୁ, ଘଟଣାରେ ୪ ଗିରଫ

ଆଠମଲ୍ଲିକ(କେନ୍ୟୁଜ) : ବାରହା ଫାସରେ ପଡିବା ଯୋଗୁ ଏକ ବାଘର ମୃତ୍ୟୁ ହୋଇଛି । ଅନୁଗୁଳ ଆଠମଲ୍ଲିକ ବାମୁର ବନାଞ୍ଚଳରେ ମୃତ୍ୟୁ ହୋଇଛି ଏହି କଲରାପତରିଆ ବାଘର । ଖେସରା ଜଙ୍ଗଲରେ ବାରହା ମାରିବା ପାଇଁ ବିଦ୍ୟୁତ ତାର ବିଛାଇଥିଲେ ଶିକାରୀ ।

ତେବେ ଏଥିରେ ଫସି ବାଘଟିର ମୃତ୍ୟୁ ହୋଇଛି । ବାଘର ମୃତ୍ୟୁ ପରେ ତାକୁ ଜଙ୍ଗଲ ମଧ୍ୟକୁ ନେଇ ଚମଡା ବାହାର କରିଥିଲେ ଦୁର୍ବୃତ୍ତ । ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଡ଼ିଏଫଓ ଏସ. ଆନନ୍ଦ । ମୃତ କଲରାପତରିଆ ବାଘଟିର ବୟସ ପ୍ରାୟ ୩ ରୁ ୪ ବର୍ଷ ହେବ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.