ଚୀନ୍-ପାକିସ୍ତାନ ମିଶି ତିଆରି କରୁଛନ୍ତି ବିଶ୍ୱ ବିନାଶକାରୀ ଭାଇରସ୍, ଗୁପ୍ତ ଲ୍ୟାବରେ ଚାଲିଛି ପରୀକ୍ଷା

ପୁଣି ପୃଥିବୀକୁ ଆସିପାରେ ବିନାଶକାରୀ ଭାଇରସ୍‌। କୋଭିଡ୍‌ ୧୯ ପାଇଁ ସାରା ବିଶ୍ୱର ଭିଲେନ୍‌ ସାଜିଥିବା ଚୀନ୍‌ ଏହି ଭାଇରସ୍‌ ତିଆରି କରୁଛି । ଆଉ ତା ସହ ମିଶିଛି ପାକିସ୍ତାନ । ଗୁପ୍ତ ଲାବରେଟୋରୀରେ ଚଲିଛି ପରୀକ୍ଷା ନିରୀକ୍ଷା।ଏଭଳି କିଛି ଭୟଙ୍କର ଖବର ଏବେ ଚର୍ଚ୍ଚାକୁ ଆସିଛି। ଏକଥା ସମସ୍ତଙ୍କୁ ଜଣା କି ଚୀନ୍ ସବୁବେଳେ ନିଜକୁ ବିଶ୍ଵ ଆଗରେ ସବୁଠୁ ଟାଣୁଆ ଦେଶ ରୂପେ ନିଜକୁ ଦେଖାଇବାକୁ ଚେଷ୍ଟା କରିଛି। ଯାହା ପାଇଁ ସେ ନିଜ ଲୋକଙ୍କୁ ବି ବଳି ଦେବାକୁ ପଛାଏ ନାହିଁ। ଯାହା ଏ ଦୁନିଆ କୋଭିଡ୍‌ ବେଳେ ଦେଖିଥିଲା। କୋଭିଡ୍‌ ଭାଇରସ୍‌ ତିଆରି କରି ନିଜ ଲୋକଙ୍କ ଠାରେ ପରୀକ୍ଷା କରିଥିବା ନେଇ ଅନେକ ପ୍ରମାଣ ମିଳିଥିଲା ଚୀନ୍‌ ବିରୋଧରେ।

CHINA-PAK
Picture credit – India today

ବର୍ତ୍ତମାନ ମଧ୍ୟ ସେହିପରି ଏକ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ଜଣାପଡ଼ିଛି ଯେ ବିଶ୍ଵ ଧ୍ଵଂସକାରୀ ଜୀବାଣୁ ବା ଭାଇରସ ପ୍ରସ୍ତୁତ କରୁଛି ଚୀନ୍। ସେ ପୁଣି ଭାରତର ସବୁଠାରୁ ବଡ଼ ବିରୋଧୀ ପାକିସ୍ତାନ ସହ ମିଶି। ଜିଓପଲିଟିକ୍ସର ନୂଆ ରିପୋର୍ଟରେ ଚୀନ୍ ଏବଂ ପାକିସ୍ତାନର ଏହି ଭୟଙ୍କର ଯୋଜନା ଜଣାପଡ଼ିଛି। ଏହି ଦୁଇ ଦେଶ ମିଳିତ ଭାବେ ପାକିସ୍ତାନର ଅତି ଗୁପ୍ତ ଲାବୋରେଟୋରୀରେ ବିନାଶକାରୀ ଜୀବାଣୁ ସୃଷ୍ଟି କରୁଛନ୍ତି।
କୋଭିଡ୍‌ ଆରମ୍ଭ ବେଳେ ଏହାକୁ ନେଇ ଭାରତରେ ସେଭଳି କିଛି ଚିନ୍ତା କରିବାର କାରଣ ନଥିଲା। ଏମିତିକି ସେହି ସମୟରେ WHO ବା ୱାର୍ଲ୍ଟ ହେଲଥ୍‌ ଅରଗାନାଇଜେସନ୍ ମଧ୍ୟ ଭାରତକୁ କିଛି ସୂଚନା ଦେଇ ନଥିଲା। ତେଣୁ ଭାରତରେ ପୂର୍ଣ୍ଣ ଉତ୍ସାହ ଏବଂ ଉତ୍ସବ ସହିତ ନୂଆ ବର୍ଷ ୨୦୨୦ ପାଳନ କରାଯାଇଥିଲା। କିନ୍ତୁ ଏହାର ମାତ୍ର ଗୋଟେ ମାସ ପରେ ଅର୍ଥାତ୍ ଯେତେବେଳେ ଜାନୁଆରୀ ୩୦ରେ କେରଳରୁ ପ୍ରଥମ କୋଭିଡ୍‌ ମାମଲା ସାମ୍ନାକୁ ଆସିଥିଲା, ତାହା ସମସ୍ତଙ୍କୁ ସ୍ତବ୍ଧ କରିଥିଲା। ଏହା ପରେ ଏହି ରୋଗ ଏପରି ସଂକ୍ରମଣ ସୃଷ୍ଟି କଲା ଯେ ଲକ୍ଷ ଲକ୍ଷ ଲୋକଙ୍କ ପରିବାର ବର୍ବାଦ ହୋଇଗଲା। ଅନେକ ଲୋକ ପ୍ରାଣ ହରାଇଥିଲେ। ଏପରି ଅନେକ ରିପୋର୍ଟ ଥିଲା ଯେ ଏହି ଭୂତାଣୁ ଚାଇନାର ଉହାନ୍ ଲ୍ୟାବରୁ ଆସିଥିଲା।

ତେବେ ବର୍ତ୍ତମାନ ଆସିଥିବା ରିପୋର୍ଟରେରୁ ଜଣାପଡ଼ିଛି ଯେ ପାକିସ୍ତାନ ଏବଂ ଚୀନ୍ ରାୱଲପିଣ୍ଡି ନିକଟ ଏକ ଗୁପ୍ତ ସ୍ଥାନରେ ବାୟୋଉଇପନ୍ ଉପରେ କାମ କରୁଛନ୍ତି। ଅର୍ଥାତ୍ ବିଶ୍ଵ ସଂହାରକାରୀ ଭୂତାଣୁ କୁ ନେଇ ଚାଲିଛି ଗବେଷଣା ଓ ପରୀକ୍ଷା ନିରୀକ୍ଷା । ଉହାନ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଏବଂ ପାକିସ୍ତାନୀ ସେନା ଦ୍ୱାରା ପରିଚାଳିତ ପ୍ରତିରକ୍ଷା ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ସଂଗଠନ (DSTO) ମାରାତ୍ମକ ରୋଗ ସୃଷ୍ଟି କରୁଥିବା ଜୀବାଣୁ ଉପରେ ଅନୁସନ୍ଧାନ କରୁଛନ୍ତି । ଏଥିପାଇଁ ପାକିସ୍ତାନରେ ଏକ ହାଇ ସାଇଣ୍ଟିଫିକ୍ ଲ୍ୟାବ୍ ପ୍ରତିଷ୍ଠା କରିଛି।
ଜିଓ-ପଲିଟିକ୍ ରିପୋର୍ଟ ଅନୁଯାୟୀ ଏହି ସ୍ଥାନକୁ କଡା ସୁରକ୍ଷା ଭିତରେ ଅତ୍ୟନ୍ତ ଗୁପ୍ତ ଭାବେ ରଖାଯାଇଛି। ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମଙ୍କ ରିପୋର୍ଟ ଅନୁଯାୟୀ, ଚୀନ୍ ଓ ପାକିସ୍ତାନ କୋଭିଡ ଭଳି ଆଉ ଏକ ମାରାତ୍ମକ ଭୁତାଣୁ ତିଆରି କରିବାରେ କାର୍ଯ୍ୟ କରୁଛନ୍ତି । ଏହି ଜୀବାଣୁ କରୋନା ଅପେକ୍ଷା ଆହୁରି ଅଧିକ ମାରାତ୍ମକ ହେବ।

covid
covid

ଅଷ୍ଟ୍ରେଲିଆର ଖବରକାଗଜ ‘କ୍ଲାକ୍ସନ୍’ ଦାବି କରିଛି ଯେ ଜୈବିକ ଅସ୍ତ୍ରଶସ୍ତ୍ରର କ୍ଷମତାକୁ ବୃଦ୍ଧି କରିବା ପାଇଁ ପାକିସ୍ତାନ ଏବଂ ଚୀନ୍ ତିନି ବର୍ଷ ପାଇଁ ଏକ ଗୁପ୍ତ ଚୁକ୍ତି କରିଛନ୍ତି। ଏହି ରିପୋର୍ଟ ଲେଖିଥିବା ଆନ୍ଥୋନୀ କ୍ଲିନ୍ ଦାବି କରିଛନ୍ତି ଯେ ଉହାନ୍ ଲ୍ୟାବ୍ ପାକିସ୍ତାନର ମିଲିଟାରୀ ଡିଫେନ୍ସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସଂଗଠନ ସହ ଏହି ରିସର୍ଚ୍ଚ ଓ ଭୂତାଣୁ ପ୍ରସ୍ତୁତ ନିମନ୍ତେ ଚୁକ୍ତି କରିଛି । ଏକଥା ମଧ୍ୟ ସ୍ପଷ୍ଟ ହୋଇ ସାରିଛି କି ସବୁ କିଛି ଚାଲିଛି ପାକିସ୍ତାନୀ ସେନା ଅଧୀନରେ । ଏଠାରେ ସରକାରଙ୍କ କୌଣସି ହସ୍ତକ୍ଷେପ ମଧ୍ୟ ନାହିଁ। ତେବେ ପାକିସ୍ତାନ ପ୍ରଥମ ଥର ପାଇଁ ଏଭଳି ରିପୋର୍ଟକୁ ଅସ୍ୱୀକାର କରିଛି । ଯାହାକୁ ନେଇ ରହସ୍ୟ ଆହୁରି ଘନୀଭୂତ ହୋଇଥିଲା। ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି ଯେ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ପାକିସ୍ତାନର ବାୟୋସଫେଟି ଲେଭଲ (ବିଏସଏଲ) ବା ଜୈବ ସୁରକ୍ଷା ଲାବୋରେଟୋରୀ ବିଷୟରେ କିଛି ତଥ୍ୟ ଅଛପା ନାହେଁ। ତେବେ ଏଠାରେ ନୂଆ ରୋଗ, ରୋଗର ସଂକ୍ରମଣ ଏବଂ ଏହାର ଅନୁସନ୍ଧାନ ପାଇଁ ଏହି ଲାବୋରେଟୋରୀ ତିଆରି କରାଯାଇଛି।

କିନ୍ତୁ ଜିଓପଲିଟିକ୍ସର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ସେଠାରେ ଏକ ଲାବୋରେଟୋରୀ ବାୟୋସଫେଟି ଲେଭଲ୍ Fac ସୁବିଧା (BSL-4) ଅଛି ଯେଉଁଠାରେ ସବୁଠାରୁ ବିପଜ୍ଜନକ ଏବଂ ସଂକ୍ରାମକ ଜୀବାଣୁ ପରୀକ୍ଷା କରାଯିବା ସହ ଏହାକୁ ବିକଶିତ ମଧ୍ୟ କରାଯାଏ। ତେବେ ଏପରି ଭୂତାଣୁ ବିକାଶକୁ ଦୃଷ୍ଟିରେ ରଖି ବୁଦ୍ଧିଜୀବୀ ତଥା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି କି କରୋନା ଅପେକ୍ଷା ଏଠାରେ ଶହେ ଗୁଣ ଅଧିକ ବିପଜ୍ଜନକ ଏବଂ ସଂକ୍ରାମକ ଜୀବାଣୁ ତିଆରି କରାଯାଉଛି। ବାୟୋଉଇପନ୍ ବିଶେଷଜ୍ଞ କହିଛନ୍ତି ଏହା ଡାହ ମିଛ । ସେନା ଏବଂ ପିଏଲ୍ଏ ଚୀନ୍ ଆର୍ମି ଦ୍ୱାରା ପରିଚାଳିତ ଲାବରେଟୋରୀ ଏବଂ ଅନୁଷ୍ଠାନଗୁଡ଼ିକ ମିଳିତ ଭାବରେ କୌଣସି ବୈଜ୍ଞାନିକ ପରୀକ୍ଷଣ କରୁନାହାନ୍ତି । ସେମାନେ ବରଂ ବିପଜ୍ଜନକ ଭତାଣୁ ତିଆରି କାର୍ଯ୍ୟ କରିଥିଲେ। ତେବେ ସାରା ବିଶ୍ୱକୁ ଚେତାବନୀ ଦେଇ ଛନ୍ତି ବୈଜ୍ଞାନିକ। କାରଣ ଚୀନ୍ ଉପରେ ଭରସା କରିବା ଆଦୌ ଠିକ୍ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.