ବର୍ଷର ଶେଷ ଚନ୍ଦ୍ର ଗ୍ରହଣର ଜାଣନ୍ତୁ ସମୟ ଏବଂ ପାକତ୍ୟାଗ ଓ ଦେବନୀତି

ସରି ଆସୁଛି ବର୍ଷ ୨୦୨୨ । ଦ୍ୱିତୀୟ ତଥା ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ ତାରିଖ ଅଥବା ଆସନ୍ତାକାଲି ଲାଗିବାକୁ ଯାଉଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ଲାଗୁଛି। ଏଇ କାର୍ତ୍ତିକ ମାସରେ ହିଁ ପଡ଼ିଥିଲା ସୂର୍ଯ୍ୟୋପରାଗ। ଗତ ଅକଟୋବର ୨୫ ତାରିଖ ଦିନ ଲାଗିଥିବା ସୂର୍ଯ୍ୟୋପରାଗକୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖଶ ଦେଇଥିଲା । ତେବେ ଚନ୍ଦ୍ର ଗ୍ରହଣରେ ସେଭଳି କିଛି ସମସ୍ୟା ନାହିଁ। ତଥାପି ଆପଣମାନେ କେତେବେଳେ କଣ କରିବେ ଏବଂ ଧାର୍ମିକ ଭାବନାରେ କଣ ମାନିବେ ଆସନ୍ତୁ ଜାଣିବା ।

ଆସନ୍ତାକାଲି ଅପରାହ୍ନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ସନ୍ଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡରେ ସର୍ବମୋକ୍ଷ ହେବ। ଗ୍ରହଣ ସନ୍ଧ୍ୟା ୫ଟା ୫ ମିନିଟ୍ ୫୯ ସେକେଣ୍ଡ ଠାରୁ ସନ୍ଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ, ଯାହାକୁ ଆଖିରେ ଦେଖି ହେବ। ଏହି ଚନ୍ଦ୍ର ଗ୍ରହଣ ପାଇଁ ପାକତ୍ୟାଗ ଏବଂ ଦେବନୀତି ନିଷେଧ ଭୋର ୫.୫୪ ମିନିଟ୍‌ ୫୩ ସେକେଣ୍ଡରୁ କରାଯିବ । ଡଙ୍ଗାଭସା ବା ବୋଇତ ବନ୍ଦାଣ କାର୍ଯ୍ୟ ସେହି ସମୟ ପୂର୍ବରୁ ଅର୍ଥାତ୍‌ ୫ଟା ୫୪ ପୂର୍ବରୁ ସାରିବେ । ଗ୍ରହଣ ଲାଗିଥିବା ସମୟରେ କେବଳ ରୋଗୀ, ବୃଦ୍ଧ ବୃଦ୍ଧା ଏବଂ ପିଲାମାନେ ଅତି ଆବଶ୍ୟକ ପଡ଼ିଲେ ଖାଇବା ଦରକାର । ନଚେତ ଅନ୍ୟମାନେ ଆଦୌ ଖାଇବା ଉଚିତ ନୁହେଁ । ଏହା ଶରୀର ଉପରେ କୁପ୍ରଭାବ ପକାଇ ପାରେ ।

ଏବେ ଜାଣନ୍ତୁ କେଉଁ ରାଶି ପାଇଁ ଚନ୍ଦ୍ରଗ୍ରହଣ ଅଶୁଭ:

ମେଷ, ବୃଷ, କର୍କଟ, ସିହଂ, କନ୍ୟା ଓ ତୁଳା ଆଦି ରାଶିର ବ୍ୟକ୍ତି ଏହି ଚନ୍ଦ୍ର ଗ୍ରହଣ ଦେଖିବା ଅଶୁଭ । ବାକି ସମସ୍ତ ରାଶି ଚନ୍ଦ୍ର ଗ୍ରହଣ ଦେଖିପାରିବେ । ତେବେ ଗ୍ରହଣ ଦର୍ଶନ ପରେ ସ୍ନାନ କରିବା ଜରୁରୀ। କହି ରଖିବାକୁ ଚାହିଁବୁ ଯେ ଏହି ଚନ୍ଦ୍ର ଗ୍ରହଣ ଭାରତ ସହ ଅନ୍ୟ କେତେକ ଦେଶରେ ମଧ୍ୟ ଦୃଶ୍ୟମାନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହଣ ଭରଣୀ ନକ୍ଷତ୍ର ଏବଂ ମେଷ ରାଶିରେ ଲାଗିବ। ଆସନ୍ତୁ ଜାଣିବା ଚଳିତ ବର୍ଷ ଶେଷ ଚନ୍ଦ୍ର ଗ୍ରହଣ ସହ ଜଡ଼ିତ କିଛି ଜରୁରୀ କଥା।

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ୮ ନଭେମ୍ବର ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଏହା ଭାରତର ଦିଲ୍ଲୀ, କୋଲକାତା, ରାଞ୍ଚି, ପାଟନା, ବେଙ୍ଗାଲୁରୁ, ମୁମ୍ବାଇ, ଗୌହାଟୀ ସମେତ ଅନ୍ୟାନ୍ୟ ସହରରେ ଦେଖାଯିବ। ଜ୍ୟୋତିଷ ଶାସ୍ତ୍ର ମୁତାବକ, ଏହି ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ଖଡ଼ୀରତ୍ନ ପଞ୍ଜିକା ଅନୁସାରେ ଚନ୍ଦ୍ରଗ୍ର ହଣର ସମୟ ଗ୍ରହଣ ଦିନ ପୁରୀକୁ ଚନ୍ଦ୍ରୋଦୟ: ସନ୍ଧ୍ୟା ୫ଟା ୫ ମିନିଟ୍ ୫୯ ସେକେଣ୍ଡ ପୁରୀକୁ ଗ୍ରହଣ ସ୍ପର୍ଶ: ଦିନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡ।

ସର୍ବମୋକ୍ଷ: ସନ୍ଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡ, ଗ୍ରହଣ ଅବଧି (ଦୃଶ୍ୟକାଳ): ୧ ଘଣ୍ଟା ୧୨ ମିନିଟ୍ ୪୮ ସେକେଣ୍ଡ, ପାକତ୍ୟାଗ/ ଅନ୍ନଭୋଜନ/ଦେବନୀତି ନିଷେଧ: ସକାଳ ୮ଟା ୨୯ ମିନିଟ୍‌୍ରୁ ସନ୍ଧ୍ୟା ୬ଟା ୧୯ ମିନିଟ୍।

ଚନ୍ଦ୍ରଗ୍ରହଣ ଦିନ କ’ଣ କରିବେ ନାହିଁ:

ଜ୍ୟୋତିଷଙ୍କ ମାନ୍ୟତା ଅନୁସାରେ, ଚନ୍ଦ୍ର ଗ୍ରହଣ ସମୟରେ ଭୋଜନ ତିଆରି କରିବା ସମ୍ପୂର୍ଣ୍ଣ ନିଷେଧ। ଗ୍ରହଣ ସମୟରେ ପୂଜା କରିବା ମଧ୍ୟ ନିଷେଧ ହୋଇଥାଏ। ଏହି ସମୟରେ ମନ୍ଦିର କବାଟ ବନ୍ଦ କରି ଦିଆଯାଇଥାଏ। ଆପଣ ମଧ୍ୟ ନିଜ ଘରର ଠାକୁର ଘର କବାଟ ବନ୍ଦ କରିଦେବା ଉଚିତ୍। ଗ୍ରହଣ ସମୟରେ ଶୋଇବା ଆଦୌ ଉଚିତ୍ ନୁହେଁ। ଏହା ବ୍ୟତୀତ ଗ୍ରହଣ ଲାଗିଥିବା ସମୟରେ ଗର୍ଭବତୀ ମହିଳାମାନେ ଘରୁ ବାହାରିବା ମଧ୍ୟ ଉଚିତ୍ ନୁହେଁ। ଗ୍ରହଣ ସମୟରେ ନ ଶୋଇ ନିଜ ଇଷ୍ଟ ଦେବଦେବୀଙ୍କ ମନ୍ତ୍ର ଜପ କରିବା ଶୁଭ ହୋଇଥାଏ। ଏଭଳି ବିରଳ ଚନ୍ଦ୍ରଗ୍ରହଣ ପୁଣି ଆସନ୍ତା ୨୦୨୫ ସେପ୍ଟେମ୍ବର ୭ ତାରିଖରେ ଦେଖାଯିବ । ଅନ୍ୟପଟେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.