ଅନୁପ ସାଏଙ୍କ ମର୍ଡର ମାମଲା : ତଳ କୋର୍ଟର ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ ରଖିଲେ ବିଳାସପୁର ହାଇକୋର୍ଟ,

ଝାରସୁଗୁଡା : ବିଧାୟକ ଅନୁପ ସାଏଙ୍କ ଡବଲ ମର୍ଡର ମାମଲାରେ ତଳ କୋର୍ଟ ଦେଇଥିବା ଆଜୀବନ କାରାଦଣ୍ଡାଦେଶକୁ ବିଳାସପୁର ହାଇକୋର୍ଟ ସ୍ଥଗିତ ରଖିଛନ୍ତି । ହାଇକୋର୍ଟ ଏହି ମାମଲାରେ ଶ୍ରୀ ସାଏଙ୍କୁ ଜାମିନ ପ୍ରଦାନ କରିବା ସହ ତାଙ୍କ ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି । ଏ ସମ୍ପର୍କରେ କୋର୍ଟ ପକ୍ଷରୁ ନ୍ୟାୟାଦେଶ ପ୍ରକାଶ ପାଇଛି । ଫଳରେ ଅନୁପଙ୍କ ସମ୍ପର୍କୀୟ ଓ ସମର୍ଥକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି ।

ଗତ ୩ ତାରିଖରେ ଶ୍ରୀ ସାଏଙ୍କ ଜାମିନ ଆବେଦନର ଶୁଣାଣି ବିଳାପୁର ହାଇକୋର୍ଟରେ ହୋଇଥିଲା । ଶ୍ରୀ ସାଏଙ୍କ ଆଡଭୋକେଟ୍‌ ତଳ କୋର୍ଟର ବିଚାର ପ୍ରକ୍ରିୟା ତ୍ରୁଟି ଉପରେ ଯୁକ୍ତି ଉପସ୍ଥାପନ କରିଥିଲେ ।

ଏହାଛଡ଼ା ଘଟଣା ପୂର୍ବ ଦିନ ଅଭିଯୁକ୍ତ ଓ ପୀଡିତାଙ୍କୁ ଦେଖିଥିବା ବ୍ୟକ୍ତିଙ୍କ ବୟାନ ଆଧାରରେ ଦଣ୍ଡାଦେଶ କରିବା ଠିକ୍‌ ନୁହେଁ ବୋଲି ବିଭିନ୍ନ ମାମଲାର ଉଦାହରଣ ଦେଇଥିଲେ ଶ୍ରୀ ସାଏଙ୍କ ଆଡଭୋକେଟ୍‌ ଅଭିଷେକ ସିହ୍ନା । ତଳ କୋର୍ଟ ମାମଲାର ଅନ୍ୟ ଅଭିଯୁକ୍ତକୁ ନିର୍ଦୋଷରେ ଖଲାସ କରିଥିବାରୁ ଶ୍ରୀ ସାଏଙ୍କୁ କାରାଦଣ୍ଡାଦେଶରେ ଜେଲରେ ରଖିବା ଠିକ୍‌ ନୁହେଁ ବୋଲି ଆଡଭୋକେଟ ଶ୍ରୀ ସିହ୍ନା କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.