ସାତକୋଶିଆ ଅଭୟାରଣ୍ୟରେ ଏକା ସାଙ୍ଗେ ଦୁଇ ଦୁଇଟି କଲରାପତରିଆ ବାଘଙ୍କ ମୃତ୍ୟୁ

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ଏକା ସାଙ୍ଗେ ଦୁଇ ଦୁଇଟି ବାଘଙ୍କ ମୃତ୍ୟୁ । ଅଭୟାରଣ୍ୟର ପମ୍ପାସର ରେଞ୍ଜ ଅଞ୍ଚଳରେ ଦୁଇଟି କଲରାପତରିଆ ବାଘଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି RCCF ଏମ୍ ଯୋଗ ଜୟାନନ୍ଦ । ମୃତ୍ୟୁ ହୋଇଥିବା ଉଭୟ ବାଘ ମା ଓ ତାର ପ୍ରାୟ ଏକ ବର୍ଷର ଛୁଆ ହୋଇଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ କୁଲାଙ୍ଗୀ ଗାଁ ନିକଟରେ ଏହି ଦୁଇଟି ବାଘଙ୍କର ମୃତ୍ୟୁ ହୋଇଥିବାବେଳେ, ବାଘ ଦୁଇଟି ପ୍ରାୟ ୧୦ ଦିନ ତଳୁ ମରିଥିବା ଅନୁମାନ କରୁଛି ବନ ବିଭାଗ । ତେବେ ବାଘ ଦୁଇଟିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଏହା କୌଣସି ଶିକାରୀ ଫାସରେ ପଡି ମୃତ୍ୟୁ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଏନେଇ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି । ଉଭୟ ବାଘର ନମୁନା ସଂଗ୍ରହ କରି OUAT କୁ ପଠାଯାଇଛି । ନିଜେ ଡ଼ିଏଫଓ ସରୋଜ କୁମାର ପଣ୍ଡା ଓ ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ଏମ ଯୋଗ ଜୟାନନ୍ଦ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.