ବାପାଙ୍କୁ ଖୁସି କରେଇବା ପାଇଁ ସାବୁନ୍ ପାଣିରେ ଲାପଟପ୍ କୁ ଧୋଇ ଦେଲା ଛୁଆ , ତାପରେ ହେଲା କିଛି ଏମିତି ….

ଆଜିର ଦୁନିଆ ଟେକ୍ନୋଲୋଜିର ଦୁନିଆ। ଆଉ ଏବେ ଆଖପାଖରେ ଘଟୁଥିବା ସମସ୍ତ ଜିନିଷକୁ ଲୋକେ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି। ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ଆଉ ଏହି ସବୁ ଭିତରେ ଏମିତି ଅନେକ ଭିଡିଓ ରହିଛି ଯାହାକୁ ଦେଖିଲେ ଆପଣ ଆପଣଙ୍କ ହସକୁ ରୋକିପାରିବେନି। ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖାଯାଉଛି ଯେ ଜଣେ ଶିଶୁ ସାବୁନ ପାଣିରେ ଏକ ଦାମୀ ଲାପଟପ୍ ଧୋଇ ଦେଉଛନ୍ତି। କାରଣ ପିଲାଟିକୁ ଲାପଟପଟି ବହୁତ ମଇଳା ଦେଖାଯାଉଥିବାରୁ ସେ ଏପରି କାର୍ଯ୍ୟ କରିଛନ୍ତି।
ଏହି ମଜାଳିଆ ଘଟଣାକୁ ଫେସବୁକରେ ଜଣେ ଉପଭୋକ୍ତା ସେୟାର କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଭିଡିଓ ଚାଇନାର ଏକ ସହରରୁ ଆସିଛି। ଏକ ଛୋଟ ପିଲା ତାଙ୍କ ବାପାଙ୍କ ଲାପଟପରେ ଅଳିଆ ଏବଂ କିଛି ମଇଳା ଦେଖିଥଲା। ଏହା ପରେ ସେ ଏହାକୁ କିପରି ସଫା କରିବେ ସେ ବିଷୟରେ ଯୋଜନା କରିଥିଲେ। କିନ୍ତୁ ଏହି ଯୋଜନା ବହୁତ ମହଙ୍ଗା ହୋଇଗଲା କାରଣ ଏହା ଆପଲ୍ ର ଲାପଟପ୍ ଥିଲା।
ଭିଡିଓରେ ଦେଖିବାକୁ ମିଳିଛି ପିଲାଟି ପ୍ରଥମେ ଏକ ପ୍ଲାଷ୍ଟିକ୍ ଟବ୍ ରେ ପାଣି ଭରିଲା ଏବଂ ସେଥିରେ ସାବୁନ୍ ଗୁଣ୍ଡ ମିଶ୍ରଣ କରି ପୁରା ଲାପଟପ୍ ସଫା କଲା। କେବଳ ଏତିକି ନୁହେଁ, ସଫା କରିବା ପରେ ସେ ପୁଣି ଲାପଟପ୍ କୁ ପାଣିରେ ବୁଡାଇ ଭଲ ଭାବରେ ସଫା କଲା। ଛୋଟ ପିଲାଟି ଏହା ମଧ୍ୟ ଭାବିଥିଲା ଯେ ଏପରି କରିବା ଦ୍ୱାରା ବାପା ବହୁତ ଖୁସି ହେବେ କାରଣ ଲାପଟପ୍ ଟି ବହୁତ ଅପରିଷ୍କାର ଥିଲା ଧୋଇଦେବା ପରେ ତାହା ପରିସ୍କାର ଦେଖା ଗଲା କିନ୍ତୁ ସେପରି କିଛି ଘଟିଲା ନାହିଁ।
ଭାଇରାଲ୍ ଭିଡିଓରେ ଦେଖା ଯାଉଛି ପିଲାଟି ଅତି ଆରାମରେ ଏହି ସଫେଇ କରୁଛି। ଏହି ସମୟ ମଧ୍ୟରେ କେହି କେହି ଏହାର ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। କିନ୍ତୁ ଛୋଟ ପିଲାଟିର ଏପରି ମଜାଳିଆ ହରକତ ଲୋକମାନଙ୍କୁ ଖୁବ ପସନ୍ଦ ଆସୁଛି । ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।