ବ୍ରହ୍ମପୁର: ଆଜି ହେଲାନି ତପସ୍ୱିନୀଙ୍କ ମାମଲାର ଶୁଣାଣି, ଆଉ ୭ ଦିନ ସମୟ ମାଗିଲେ ପ୍ରତିପକ୍ଷ ଓକିଲ

ବ୍ରହ୍ମପୁର(କେନ୍ୟୁଜ୍):  ଆଜି ହେଲାନି ତପସ୍ୱିନୀଙ୍କ ମାମଲାର ଶୁଣାଣି । ଶୁଣାଣି ହେବାକୁ ଥିବା ପିଟିସନର କାଉଣ୍ଟର ପାଇଁ ସାତ ଦିନ ସମୟ ମାଗିଛନ୍ତି ପ୍ରତିପକ୍ଷ ଓକିଲ । ଏନେଇ ସୂଚନା ଦେଇଛନ୍ତି ତପସ୍ୱିନୀଙ୍କ ଓକିଲ । ଗତ ୩ ତାରିଖରେ ବ୍ରହ୍ମପୁର ଏସଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକାଠି ରହୁଛନ୍ତି ତପସ୍ୱିନୀ ଓ ସୁମିତ ।

କୋର୍ଟଙ୍କ ନିର୍ଦ୍ଦେଶରେ ସେମାନେ ଏକାଠି ରହିବା ମଧ୍ୟରେ ଉଭୟଙ୍କ ଭିତରେ ବୁଝାମଣା ଓ ସଂପର୍କ ନେଇ ପ୍ରତିଦିନ ରିପୋର୍ଟ ପ୍ରଦାନ କରାଯାଉଛି। କୋର୍ଟରେ ରିପୋର୍ଟ ପ୍ରଦାନ କରୁଛନ୍ତି ଆସିକା ଥାନା ଅଧିକାରୀ। ଆଜି ସାତ ଦିନର ରିପୋର୍ଟ କୋର୍ଟରେ ଦାଖଲ କରିଛନ୍ତି ଆସ୍କା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.