ଥଣ୍ଡା ପାଗରେ ପିଅନ୍ତୁ ସୁଣ୍ଠି ପାଣି, ଜାଣନ୍ତୁ କେଉଁ କେଉଁ ସମସ୍ୟାକୁ କରିଥାଏ ଦୂର

ଅନେକ ଲୋକଙ୍କ ପାଇଁ ଶୀତ ଋତୁ ବହୁତ ଭଲ ହୋଇଥାଏ, କିନ୍ତୁ ଏହା ଅନେକ ସମସ୍ୟା ନେଇ ଆସିଥାଏ। ଶୀତ ଦିନେ ଯେତିକି ତ୍ୱଚାର ଯତ୍ନ ନେବାକୁ ପଡିଥାଏ, ସେତିକି ହିଁ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ମଧ୍ୟ ପଡିଥାଏ। ଶୀତଦିନେ ପ୍ରଥମେ ଆମକୁ ଇମ୍ୟୁନିଟି ପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ। କାରଣ ରୋଗ ପ୍ରତିରୋଧକ ଶକ୍ତି ଅଭାବ ହେଲେ ଅଧାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଶୀତଦିନେ ପ୍ରବଳ ଥଣ୍ଡା ପବନ ବହୁଥିବା କାରଣରୁ କାଶ, କଫ, ଜ୍ୱର ଆଦି ସମସ୍ୟା ଦେଖା ଦେଇଥାଏ। ଏଭଳି ପରିସ୍ଥିତିରେ ଏହି ପାଗରେ ସୁଣ୍ଠି ପାଣି ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ। ଆସନ୍ତୁ ଜାଣିବା ସୁଣ୍ଠି ପାଣିର ଫାଇଦା ଏବଂ ଏହାକୁ କିପରି ପ୍ରସ୍ତୁତ କରା ଯାଇଥାଏ।

ସୁଣ୍ଠି ପାଣିର ଫାଇଦା

– ହଜମ ଶକ୍ତି ବଢ଼ାଇଥାଏ।

– ଓଜନ ହ୍ରାସ କରିବାରେ ଲାଭଦାୟକ ହୋଇଥାଏ।

– ଥଣ୍ଡା ଏବଂ କାଶରୁ ଦୂରେଇ ରଖିଥାଏ।

– ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ିଆ ରଖିଥାଏ।

– ପେଟ ଫୁଲିବା, ଗ୍ୟାସ୍ ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ।

କେମିତି ପ୍ରସ୍ତୁତ କରିବେ ସୁଣ୍ଠି ପାଣି

ଏଥିପାଇଁ ପ୍ରଥମେ ୧ ଲିଟର ପାଣିରେ ଅଧା ଛୋଟ ଚାମଚ ସୁଣ୍ଠି ପାଉଡର ମିଶାନ୍ତୁ। ପାଣିକୁ ଧିମା ଆଞ୍ଚରେ ଫୁଟାନ୍ତୁ। ବର୍ତ୍ତମାନ ଆପଣ ଏହାକୁ କୌଣସି ଏକ ପାତ୍ରରେ ଭରି ରଖି ଦିଅନ୍ତୁ ଏବଂ ଦିନସାରା ଏହାକୁ ସେବନ କରି ଚାଲନ୍ତୁ। ମନେ ରଖନ୍ତୁ, ଗୋଟିଏ ଥରରେ ଆପଣ ଏହାକୁ ପିଇବେ ନାହିଁ। ଧୀରେ ଧୀରେ ସୁଣ୍ଠି ପାଣି ସେବନ କରିବେ।

ଜାଣନ୍ତୁ କାହିଁକି ଅଦାଠାରୁ ଅଧିକ ଲାଭଦାୟକ ହୋଇଥାଏ ସୁଣ୍ଠି

ଆୟୁର୍ବେଦରେ ସୁଣ୍ଠିର ଫାଇଦା ବିଷୟରେ ବର୍ଣ୍ଣନା କରାଯାଇଛି। ଏହା ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ। ଅଦା ଅପେକ୍ଷା ସୁଣ୍ଠି ଖାଇବା ସହଜ ଏବଂ ଏହା ସହଜରେ ହଜମ ମଧ୍ୟ ହୋଇ ଯାଇଥାଏ। ସୁଣ୍ଠି ଖାଇଲେ କୋଷ୍ଠକାଠିନ୍ୟର କୌଣସି ଅସୁବିଧା ହୋଇ ନ ଥାଏ। ତେବେ ସୁଣ୍ଠି ଖାଇବା ସମୟରେ ଗୋଟିଏ କଥା ମନେ ରଖିବାକୁ ହେବ ଯେ ଯେଉଁମାନଙ୍କର ଅତ୍ୟଧିକ ରକ୍ତସ୍ରାବ, ହିଟିଙ୍ଗ୍‌ ଡିସ୍‌ଅର୍ଡର ଅଛି, ସେମାନେ ଏହାକୁ ଖାଇବା ଉଚିତ୍ ନୁହେଁ।

ସୁଣ୍ଠିର ଅନ୍ୟାନ୍ୟ ଫାଇଦା

-ସୁଣ୍ଠି, ହେଙ୍ଗୁ ଏବଂ ଲୁଣ ମିଶାଇ ଖାଇବା ଦ୍ୱାରା ଗ୍ୟାସ୍‌ ସମସ୍ୟା ଦୂର ହୋଇଥାଏ।

– ଶୁଖିଲା ଅଦା ବା ସୁଣ୍ଠିରେ ଥିବା ଥର୍ମୋଜେନିକ ଏଜେଟ ନାମକ ତତ୍ତ୍ୱ ମୋଟାପଣ ଦୂର କରିବାରେ ସାହାଯ୍ୟ କରିଥାଏ।

-ସୁଣ୍ଠିକୁ କ୍ଷୀରରେ ଫୁଟାଇ ଥଣ୍ଡା କରି ପିଇବା ଦ୍ୱାରା ହାକୁଟି ବନ୍ଦ ହୋଇ ଯାଇଥାଏ।

-ଗର୍ଭବତୀ ମହିଳାଙ୍କ ପାଇଁ ସୁଣ୍ଠି ଖୁବ୍ ଲାଭକାରୀ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.