ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟର ମାନ୍ୟତା ଦାବି

ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଛି । ସେଥିପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟର ମାନ୍ୟତା ଦିଆଯାଉ । ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ଭଳି ସୁବିଧା ପ୍ରଦାନ କରାଯାଉ । କେନ୍ଦ୍ର ପ୍ରାୟୋଜିତ ଯୋଜନାରେ ୯୦ ପ୍ରତିଶତ ପାଣ୍ଠି କେନ୍ଦ୍ର ସରକାର ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି। କେବଳ ଓଡ଼ିଶା ନୁହେଁ, ଯେଉଁ ରାଜ୍ୟଗୁଡ଼ିକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଏହାକୁ ଲାଗୁ କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ଯଥାର୍ଥ ବୋଲି କହିଛନ୍ତି ଯୋଜନା ଓ ସମ୍ବନୟ ମନ୍ତ୍ରୀ ।

ଆଗରୁ ଅନେକ ଥର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଓଡ଼ିଶା ସରକାର ଦାବି କରିଆସୁଛନ୍ତି। ଏହାକୁ ନେଇ ଅନେକ ଥର ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। କିନ୍ତୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମାପଦଣ୍ଡରେ ଓଡ଼ିଶା ଆସୁନଥିବାରୁ କେନ୍ଦ୍ର ଏହାକୁ ଅଗ୍ରାହ୍ୟ କରିଦେଇଛି। ଏପରି ସ୍ଥଳେ ବେଶ ମାପିଚୁପି ପ୍ରତିକ୍ରିୟା ରଖିଛି କଂଗ୍ରେସ ।

ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ବିହାର ଭଳି ରାଜ୍ୟ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଦାବି କରି ଆସୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ମୁକାବିଲା ପାଇଁ ଫୋକସ ରାଜ୍ୟ ମାନ୍ୟତା ପ୍ରସଙ୍ଗକୁ କେତେ ଦୂର କେନ୍ଦ୍ର ସରକାର ଗ୍ରହଣ କରୁଛନ୍ତି ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.