ରାଜ୍ୟରେ ନାହିଁ ଶୀତ, ଆହୁରି ୩ ଦିନ କଲବଲ କରିବ ଘନ କୁହୁଡ଼ି

ଆଉ ୩ ଦିନ ଘନ କୁହୁଡ଼ି । ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘନକୁହୁଡ଼ି ଜାରି ରହିଛି। ରାଜ୍ୟରେ ଶୀତ ନାହିଁ । କିନ୍ତୁ ଜନଜୀବନକୁ ପ୍ରଭାବିତ କରୁଛି କୁହୁଡ଼ି ।

ଭୁବନେଶ୍ୱର (କେନ୍ୟୁଜ): ଆଉ ୩ ଦିନ ଘନ କୁହୁଡ଼ି । ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘନକୁହୁଡ଼ି ଜାରି ରହିଛି। ରାଜ୍ୟରେ ଶୀତ ନାହିଁ । କିନ୍ତୁ ଜନଜୀବନକୁ ପ୍ରଭାବିତ କରୁଛି କୁହୁଡ଼ି । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡୁଛି । ଆଜି ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି ।

ଫଳରେ ଗାଡ଼ିମୋଟର ଚଳାଚଳରେ ଅସୁବିଧା ହୋଇଥିଲା । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ କୁହୁଡ଼ି ଲାଗିରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୁହୁଡ଼ି ପାଇଁ ୧୮ ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଇଛି । ୨୪ ତାରିଖ ବେଳକୁ ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ବରରେ ହାଲୁକା ବର୍ଷା ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.