ସ୍ୱପ୍ନାଦେଶ ପରେ ଜଗନ୍ନାଥଙ୍କର ବିଗ୍ରହ ପାଇଁ ଦାରୁ ସଂଗ୍ରହ ପ୍ରକ୍ରିୟା ଆରମ୍ଭ

ଦେବଗଡ଼ ଜିଲ୍ଲାରେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ପାଇଁ ଚାଲିଛି ଦାରୁ ସଂଗ୍ରହ । । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମା ହିଙ୍ଗୁଳାଙ୍କ ସ୍ୱପ୍ନାଦେଶ ପରେ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ ପାଇଁ ଦାରୁ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଚିହ୍ନଟୁ ହୋଇଛି ତାଳଚେରର ହେଂସମୂଳ ଗ୍ରାମ। ତାଳଚେର ହେଁସମୁଳ ଗ୍ରାମଠାରେ ଦାରୁ ଚିହ୍ନଟ ହେବା ପରେ ଦାରୁ ସଂଗ୍ରହ କରାଯାଇଛି । ଦୀର୍ଘ ତୀନି ଦିନ ଧରି ସମସ୍ତ ପ୍ରକ୍ରିୟା ସରିଲା ପରେ ଦେବଗଡ଼ ଜିଲ୍ଲା ରିଆମାଳ ସୁନ୍ଦରକଲି ଶ୍ରୀ ବଜରଙ୍ଗ ଵାଲୀସେବାଶ୍ରମକୁ ନେବାର ବ୍ୟବସ୍ଥା କରାଯାଇଛି ।

ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଶ୍ରୀ ବଜରଙ୍ଗବାଲା ସେବାଶ୍ରମ ସୁନ୍ଦରକଲି ଆଶ୍ରମ ଠାରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଥିବା ବେଳେ ଏଥିପାଇଁ ନୂତନ ବିଗ୍ରହ ପାଇଁ ଦାରୁର ସନ୍ଧାନ ମିଳିପାରିନଥିଲା। ପରେ ମଠର ମହନ୍ତ ଆସି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହଙ୍ଗୁଳାଙ୍କ ନିକଟରେ ଅଧିଆ ପଡ଼ିଥିଲେ ।ଦିନକ ପରେ ମା ହିଙ୍ଗୁଳାଙ୍କ ସ୍ଵପ୍ନାଦେଶ କ୍ରମେ ତାଳଚେର ସ୍ଥିତ ହେଁସମୁଳ ଗ୍ରାମରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦାରୁ ଚିହ୍ନଟ ହୋଇଥିଲା ।

ତେବେ କୋଇଲା ଖଣି ନିକଟରେ ଗ୍ରାମଟି ହୋଇଥିବାରୁ ଖଣିର ଠିକ ପାଖରେ ଦାରୁ ସଂଗ୍ରହ ଚାଲିଥିଲା। । ତେବେ ଦାରୁ ଚିହ୍ନଟ ପାଇଁ ଯେଉଁ ୧୯ ଟି ପ୍ରକ୍ରିୟା ରହିଥାଏ ସେଥି ମଧ୍ୟରୁ ଅନେକ ଯେପରି ଶଙ୍ଖ, ଚକ୍ର, ପଦ୍ମ , ଲଙ୍ଗଳ ଆଦି ଚିହ୍ନକୁ ଦେଖି ଦାରୁ ଚୟନ ହୋଇଥିଲା । ପରେ ହେଁସମୁଳ ଗ୍ରାମରେ ପ୍ରଥମେ ସୁନା ଓ ରୁପା କୁରାଢ଼ିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦାରୁ ସଂଗ୍ରହ ହୋଇଥିଲା । ଏ ନେଇ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା ।

ହେଁସମୁଳ ଗ୍ରାମରେ ଦାରୁ ସଂଗ୍ରହ ପାଇଁ ମଠ ପକ୍ଷରୁ ମଠାଧିସ ବିଧିବଦ୍ଧ ଭାବେ ଦାରୁ ସଂଗ୍ରହ ପାଇଁ ହୋମ ଜଜ୍ଞ କରି ସମସ୍ତ ପ୍ରକ୍ରିୟା ସମାପନ କରିଥିଲେ। ।ପୁରୀ ଓ ଜଗତସିଂହପୁରରୁ ବିଦ୍ୱାନ ପଣ୍ଡିତଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ଦାରୁ ସଂଗ୍ରହ କରି ଦାରୁକୁ ବଜରଙ୍ଗବାଲା ସେବାଶ୍ରମ ଆଶ୍ରମକୁ ନିଆଯିବାକୁ ବ୍ୟବସ୍ଥା କରାଯାଇଥିଲା । ଏହି ଦୁର୍ଲଭ ଦୃଶ୍ୟକୁ ଦେଖିବା ପାଇଁ ତାଳଚେରର ବିଭିନ୍ନ ଗ୍ରାମରୁ ଭକ୍ତଙ୍କ ସୁଅ ଛୁଟିବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତେବେ ତାଳଚେର ଅଞ୍ଚଳରୁ ଚତୁର୍ଦ୍ଧାମୂର୍ତ୍ତି ପାଇଁ ଦାରୁ ଚିହ୍ନଟ ହୋଇଥିବାରୁ ଅଞ୍ଚଳବାସୀ ନିଜକୁ ଧନ୍ୟମନେ କରିବା ସହ ପ୍ରଭୁ ଜଗନ୍ନାଥଙ୍କର କୃପା ଲାଭ କରିଥିବା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.