ଦେବଗଡ଼ରୁ ଅପହରଣ: ସୁନ୍ଦରଗଡ଼ରୁ ଉଦ୍ଧାର ହେଲା ୬ ବର୍ଷର କୁନି ଝିଅ ପିହୁ

ଦେବଗଡ଼ରୁ ଅପହରଣ ସୁନ୍ଦରଗଡ଼ରୁ ଉଦ୍ଧାର। ଅପହୃତ ୬ ବର୍ଷର କୁନି ଝିଅ ପିହୁକୁ ଉଦ୍ଧାର କରିଛି ପୋଲିସ। ସୁନ୍ଦରଗଡ଼ ବଡ଼ଗାଁ ରାସ୍ତାକଡ଼ରୁ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇଛି । କୁନି ଝିଅକୁ ମୋବାଇଲ୍ ନମ୍ବର ମାଗି ପରିବାର ସହ ସ୍ଥାନୀୟ ଲୋକ ଯୋଗାଯୋଗ କରିଛନ୍ତି ।

ଦେବଗଡ଼ (କେନ୍ୟୁଜ): ଦେବଗଡ଼ରୁ ଅପହରଣ ସୁନ୍ଦରଗଡ଼ରୁ ଉଦ୍ଧାର। ଅପହୃତ ୬ ବର୍ଷର କୁନି ଝିଅ ପିହୁକୁ ଉଦ୍ଧାର କରିଛି ପୋଲିସ। ସୁନ୍ଦରଗଡ଼ ବଡ଼ଗାଁ ରାସ୍ତାକଡ଼ରୁ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇଛି । କୁନି ଝିଅକୁ ମୋବାଇଲ୍ ନମ୍ବର ମାଗି ପରିବାର ସହ ସ୍ଥାନୀୟ ଲୋକ ଯୋଗାଯୋଗ କରିଛନ୍ତି । ଖବର ପାଇ ଶିଶୁକନ୍ୟାକୁ ଆଣିବାକୁ ସୁନ୍ଦରଗଡ଼ ଗଲେ ପରିବାର ଲୋକେ। ତେବେ କାହିଁକି ଅପହରଣକାରୀ ଶିଶୁ କନ୍ୟାକୁ ରାସ୍ତାକଡ଼ରେ ଛାଡ଼ିଲେ ଓ ଅପହରଣର କାରଣ କଣ ଥିଲା ତାହା ଅସ୍ପଷ୍ଟ ରହିଛି ।

ସୂଚନା ଅନୁଯାୟୀ ଗତକାଲି ଟିଉସନ ସାରି ଘରକୁ ଫେରିବା ବେଳେ ଘର ସମ୍ମୁଖରୁ ଜେଜେମାଙ୍କୁ ଧକ୍କା ଦେଇ ନାତୁଣୀଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଅପହରଣ କରିନେଇଛନ୍ତି। ଅପହୃତା ଜଣକ ସହରର ଜଣାଶୁଣା କପଡା ବ୍ୟବସାୟୀ ଭାଇ ଭାଇ ଲୁଗା ଦୋକାନ ମାଲିକ ଆଲୋକ ଅଗ୍ରୱାଲଙ୍କ ୬ ବର୍ଷର ଝିଅ ପିହୁ ଅଗ୍ରୱାଲ। ଏନେଇ ପରିବାରଲୋକେ ଦେବଗଡ଼ ଥାନାରେ ଅଭିଯୋଗ କରିବା ପରେ ତନାଘନା ତଦନ୍ତ ଆରମ୍ଭ କରିଥିଲା ଆଦର୍ଶ ଥାନା ପୋଲିସ। ସିସିଟିଭି ଫୁଟେଜ ଆଧାରରେ ଚଳାଇଥିଲା ତନାଘନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.