୨୦୨୦-୨୧ ବର୍ଷ ସ୍କୁଲରେ ନାମଲେଖା ପାଇଁ SOP ଜାରି କଲା ଗଣଶିକ୍ଷା ବିଭାଗ

କେନ୍ଯୁଜ୍: ସ୍କୁଲରେ ନାମଲେଖା ପାଇଁ SOP । ୨୦୨୦-୨୧ ବର୍ଷ ସ୍କୁଲରେ ନାମଲେଖା ପାଇଁ SOP ଜାରି କରିଛି ଗଣଶିକ୍ଷା ବିଭାଗ। ଏନେଇ ନାମଲେଖା ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତି ଅନାବଶ୍ୟକ । ୧ମ ଶ୍ରେଣୀ ପିଲାଙ୍କ ନାମଲେଖା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରୁ ତାଲିକା ମଗାଯିବ । ଟୋଲିଫୋନ୍‌ ଓ ହ୍ଵାଟସ୍‌ଆପ ମାଧ୍ଯମରେ ପ୍ରଧାନ ଶିକ୍ଷକଙ୍କୁ ତାଲିକା ଦିଆଯିବ। ତାଲିକାପାଇଁ ଅଭିଭାବକଙ୍କୁ ଯୋଗାଯୋଗ କରିବେ ଶିକ୍ଷକ। କଣ୍ଟେନମେଣ୍ଟ ଜୋନ୍‌ରେ ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ରହିବ। କଣ୍ଟେନମେଣ୍ଟ ହଟିଲେ ସେହି ଅଞ୍ଚଳରେ ନାମଲେଖା ହେବ ବୋଲି SOP ଜାରି ହୋଇଛି। ସୂଚନା ମୁତାବକ ନାମଲେଖା ପ୍ରକ୍ରିୟାକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.