ଚିଟଫଣ୍ଡ ଠକେଇ ମାମଲା, ୪ ଲକ୍ଷରୁ ଉର୍ଦ୍ଧ୍ଵ ଜମାକାରୀ ଫେରସ୍ତ ପାଇବେ ଜମା ଟଙ୍କା

ଚିଟଫଣ୍ଡ ଠକେଇ ମାମଲା ୪ ଲକ୍ଷରୁ ଉର୍ଦ୍ଧ ଜମାକାରୀ ଫେରସ୍ତ ପାଇବେ ନିଜର ଜମା ଟଙ୍କା। Glp developer ଓ goleden land developers ସଂସ୍ଥାରେ ଜମା ରଖିଥିବା ଜମାକାରୀ ଫେରସ୍ତ ପାଇବେ ନିଜ ଜମା ଟଙ୍କା।

କଟକ : ଚିଟଫଣ୍ଡ ଠକେଇ ମାମଲା ୪ ଲକ୍ଷରୁ ଉର୍ଦ୍ଧ ଜମାକାରୀ ଫେରସ୍ତ ପାଇବେ ନିଜର ଜମା ଟଙ୍କା। Glp developer ଓ goleden land developers ସଂସ୍ଥାରେ ଜମା ରଖିଥିବା ଜମାକାରୀ ଫେରସ୍ତ ପାଇବେ ନିଜ ଜମା ଟଙ୍କା। ପାଖାପାଖି ୧୦୦ କୋଟିରୁ ଉର୍ଦ୍ଧ ଟଙ୍କା ପାଇବେ କ୍ଷତିଗ୍ରସ୍ତ।

କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଫେରସ୍ତ ପାଇଁ କମ୍ପାନୀ ପକ୍ଷରୁ  କଟକ ଏଡିଏମଙ୍କ ପାଖରେ ୧୦୦ କୋଟି ଟଙ୍କା ଜମା କରାଯାଇଛି। ସମସ୍ତ ଜମାକାରୀଙ୍କୁ ଗ୍ରେଡ ସ୍ତରରେ ଜମା ଟଙ୍କା ଫେରସ୍ତ କରାଯିବ।

୮ ହଜାରରୁ କମ ଟଙ୍କା ଜମା କରିଥିବା ହିତାଧିକାରୀଙ୍କୁ ତୁରନ୍ତ ଫେରସ୍ତ କରାଯିବ। ଦୁଇ ମାସ ଭିତରେ ଫେରି ପାଇବେ ଟଙ୍କା। ସଂସ୍ଥା ପକ୍ଷରୁ ଟଙ୍କା ହିତାଧିକାରୀଙ୍କୁ ଫେରସ୍ତ ପାଇଁ ସରକାରଙ୍କୁ କରାଗଲା ନିବେଦନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.