Below header

ବଜ୍ରକବାଟି କେନାଲ ରାସ୍ତାରେ ଓଲଟିଲା ମାଲ ବୁହା ଅଟୋ, ଅଳ୍ପରେ ବର୍ତ୍ତିଲେ ଡ୍ରାଇଭର

କଟକ ବଜ୍ରକବାଟି ସ୍ଥିତ କେନାଲ ରାସ୍ତାରେ ଓଲଟିଲା ମାଲ ବୁହା ଅଟୋ । ବଜ୍ରକବାଟିରେ ଡ୍ରେନ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା କଡର ଖାଲରେ ଓଲଟି ପଡିଥିଲା ଅଟୋ । ବର୍ଷା ଯୋଗୁଁ ପାଣି ଜମି ରହିଥିବାରୁ ଜଣା ପଡି ନଥିଲା ରାସ୍ତା ।

କଟକ : କଟକ ବଜ୍ରକବାଟି ସ୍ଥିତ କେନାଲ ରାସ୍ତାରେ ଓଲଟିଲା ମାଲ ବୁହା ଅଟୋ । ବଜ୍ରକବାଟିରେ ଡ୍ରେନ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା କଡର ଖାଲରେ ଓଲଟି ପଡିଥିଲା ଅଟୋ । ବର୍ଷା ଯୋଗୁଁ ପାଣି ଜମି ରହିଥିବାରୁ ଜଣା ପଡି ନଥିଲା ରାସ୍ତା । ଯାହା ଫଳରେ ଅଟୋ ସେହି ଖାଲରେ ଗଳି ପଡିଥିଲା ।

ଅଟୋ ଗଳିବା ପରେ ପୁଣି ଏକ ବାଇକ ମଧ୍ୟ ସେଇ ସ୍ଥାନରେ ଗଳି ପଡିଥିଲା । ସ୍ଥାନୀୟ ଲୋକଙ୍କ ସାହାଯ୍ୟ କ୍ରମେ ଅଟୋଟିକୁ ଖାଲ ଭିତରୁ କଢ଼ା ଯାଇଥିଲା ।  ଡ୍ରାଇଭର ଓ ଅଟୋରେ ଥିବା କୋରିଅର ସଂସ୍ଥାର କର୍ମଚାରୀଙ୍କ ଜୀବନ ବଞ୍ଚି ଯାଇଛି । ଆଗାମୀ ଦିନରେ କିପରି ଏପରି ଦୁର୍ଘଟଣା ନ ଘଟିବ ସେଥି ପ୍ରତି ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.