ଚାଷୀ କୁଳ ଚିନ୍ତାରେ, କୃଷି ବିପଦରେ ? ସରକାରୀ ସୁବିଧା ପାଇବାରୁ ବଞ୍ଚିତ ଚାଷୀ

ଚାଷୀ କୁଳ ଚିନ୍ତାରେ, କୃଷି ବିପଦରେ ? ବହୁ କୃଷି ଅଧିକାରୀ ପଦବୀ ଫାଙ୍କା ପଡିଛି l ସରକାରୀ ସୁବିଧା ପାଇବାରୁ ବଞ୍ଚିତ ଚାଷୀ l

ସାଲେପୁର : ଚାଷୀ କୁଳ ଚିନ୍ତାରେ, କୃଷି ବିପଦରେ ? ବହୁ କୃଷି ଅଧିକାରୀ ପଦବୀ ଫାଙ୍କା ପଡିଛି l ସରକାରୀ ସୁବିଧା ପାଇବାରୁ ବଞ୍ଚିତ ଚାଷୀ l ସାର ବିହନ ପାଉ ନାହାନ୍ତି ଚାଷୀ l ଚାଷୀଙ୍କୁ ଚାଷ ବିଷୟରେ କେହି ବୁଝେଇବାକୁ ନାହାନ୍ତି । ଚାଷୀଙ୍କ ପାଇଁ କୋଟି କୋଟି ଟଙ୍କା ଆସୁଛି ବିଭିନ୍ନ ବାଟରେ। ହେଲେ ସେମାନଙ୍କ ପାଖରେ ପହଁଚି ପାରୁନି ଚାଷ ଉପକରଣ l କାମରେ ଆସୁନାହାନ୍ତି କୃଷକ ସାଥୀ।

ଚାଷୀଙ୍କ ପାଇଁ ଏ କି ମନୋଭାବ ? ନାହିଁ ନାହିଁରେ ଚାଲିଛି କୃଷି ବିଭାଗ । ଏମିତି ଦୁର୍ଦ୍ଦଶା ଦେଖା ଦେଇଛି ମାହାଙ୍ଗା-ନିଶ୍ଚିନ୍ତକୋଇଲି- ସାଲେପୁର ଅଂଚଳରେ । ଚାଷୀଙ୍କୁ ବୁଝା ସୁଝା କରିବା ପାଇଁ ଆସୁନାହାନ୍ତି କୃଷି ଅଧିକାରୀ । ପ୍ରତି ସବଡିଭିଜନରେ ନାହାନ୍ତି ଉପଯୁକ୍ତ VLW କର୍ମଚାରୀ ।

ସରକାର କୃଷି ପାଇଁ ଏବଂ ଚାଷୀଙ୍କ ପାଇଁ ବହୁ ଯୋଜନା କରିଛନ୍ତି l ମାତ୍ର ପ୍ରଶାସନର ଖାମଖିଆଲି ମନୋଭାବ ପାଇଁ ଏସବୁ ଯୋଜନା ଗ୍ରାଉଣ୍ଡ ଜିରୋରେ ଫସର ଫାଟି ଯାଉଛି। ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠାରୁ ବଡ଼ କଥା ହେଲା ପ୍ରତି ସବଡିଭିଜନରେ VLW ନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଯେତିକି VLW ରହିବା କଥା ସେତିକି ନାହାନ୍ତି ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ । ଏବେ ଦେଖିବାକୁ ବାକି ରହିଲା କେବେ ଚାଷୀ ପାଇପାରିବେ ସରକାରୀ ସୁବିଧା ସୁଯୋଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.