୯୦ ବର୍ଷରେ ବି ମଚ୍‌ ମଚ୍‌ କଳା ଚୁଟି ! ବୟସର ଅପରାହ୍ନରେ ମାଧୁରୀ ମାଉସୀ, କିନ୍ତୁ ପାଚିନି ଚୁଟି

ମାଉସୀର ଏ କଳା ଚୁଟି ପାଇଁ ଆଜି ମାଉସୀ ରହିଛି ଭାରି ଚର୍ଚ୍ଚାରେ । ମାଉସୀର ନାଁ କଣ ଜାଣିଛନ୍ତି ମାଧୁରୀ ମାଉସୀ । ମାଧୁରୀ ମାଉସୀ କହିଦେଲେ ହିଁ ଲୋକେ ମାଉସୀର ଚୁଟିକୁ ଆଗ ମନେ ପକାନ୍ତି ।

କଟକ (କେନ୍ୟୁଜ) : ଆଲୋ ଏ କଣ? ମାଉସୀର ଚମ ଧୁଡୁଧୁଡୁ ହେଉଛି କିନ୍ତୁ ଚୁଟି କଣ ଜମା ପାଚିନି । ମାଉସୀକୁ ୯୦ ବର୍ଷ ହେଲାଣି କିନ୍ତୁ ଗୋଟେ ହେଲେ ବି ଚୁଟି ହୋଇନି ଧଳା । ଆଜି ବି ମାଉସୀର ଚୁଟି ସେତିକି ଘନ ଆଉ ସେତିକି କଳା । କିନ୍ତୁ ଏ କେମିତି ସମ୍ଭବ ଯେ । ମାଉସୀର ଏ କଳା ଚୁଟି ପାଇଁ ଆଜି ମାଉସୀ ରହିଛି ଭାରି ଚର୍ଚ୍ଚାରେ । ମାଉସୀର ନାଁ କଣ ଜାଣିଛନ୍ତି ମାଧୁରୀ ମାଉସୀ । ମାଧୁରୀ ମାଉସୀ କହିଦେଲେ ହିଁ ଲୋକେ ମାଉସୀର ଚୁଟିକୁ ଆଗ ମନେ ପକାନ୍ତି ।

କଥାରେ ଅଛି ମନୁଷ୍ୟର କେଶ ହିଁ ବେଶ । କିଛି ବର୍ଷ ପୂର୍ବରୁ ଅଧିକାଂଶ ଲୋକ 40-50 ବର୍ଷ ଅତିକ୍ରମ କଲାପରେ କେଶ ଧଳା ହୋଇଯାଉଥିଲା । ଆଜିକା ସମୟରେ ତ ଛୋଟ ଶିଶୁ ଏବଂ ଯୁବକମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ଆଜି ଆମେ ଯାହାଙ୍କ କଥା କହୁଛୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ୯୦ ବର୍ଷ ହେଲାଣି କିନ୍ତୁ ତାଙ୍କ କେଶ ଧଳା ହୋଇନି । ହଁ ଆଜ୍ଞା ଏକଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ବୟସ ୯୦ ବର୍ଷ। ଚର୍ମ ଧୁଡୁଧୁଡୁ ହେଲେ କଣ ହେଲା ବୟସ ବିଗିଡିନି ।

ଥରେ ନଜର ପକାନ୍ତୁ ଟିକେ ତାଙ୍କ କେଶ ଉପରେ କିପରି ବୁଢ଼ୀ ମାଉସି ଜଣଙ୍କର କଳା କେଶ ଯେମିତି ତାଙ୍କ ମୁହଁକୁ ଚମକ ଫେରାଇ ଆଣିଛି । ତାଙ୍କ ନାଁ ମାଧୁରି ସରକାର । ଘର ମଙ୍ଗଳାବାଗ, ବିଶ୍ଵ କର୍ମା ସାହିରେ । ବୟସର ଅପରାହ୍ନରେ ପହଞ୍ଚିଥିବା ବୁଢ଼ୀ ମାଉସି କେଶ ଏବେ ବି ପାଚିନି । ଆଜିକାଲି ଲୋକମାନେ ଟିକେ ବୃଦ୍ଧ ବୟସରେ ଉପନୀତ ହେଲେ ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରଡକ୍ଟକୁ ବ୍ୟବହାର କରି ସେମାନେ ସେମାନଙ୍କ କେଶକୁ କଳା କରିଦେଉଛନ୍ତି କିନ୍ତୁ ଏଠାରେ ଏହି ବୁଢ଼ୀ ମାଉସୀ ଜଣକ ସେମିତି କିଛି କରିନାହାନ୍ତି ।

ମାଉସୀଙ୍କ ଏହି କଳା ଚୁଟିର ରହସ୍ୟ ଯେତେବେଳେ ଆମେ ପଚାରିଲୁ ମାଉସୀ କହିଲେ ଏହା ହେଉଛି ନଡିଆ ତେଲର କମାଲ । ତେବେ ଏତେ ବୟସ ହେଲେବି ବୁଢ଼ୀ ମାଉସି ଜଣଙ୍କ ତାଙ୍କ କେଶର ଖୁବ ଯତ୍ନ ନିଅନ୍ତି ଏବଂ ଘରୋଇ ଉପକରଣ ତେଲ ସବୁ ବ୍ୟବହାର କରି ତାଙ୍କ କେଶକୁ ଏମିତି କଳା ରଖିଛନ୍ତି ବୋଲି ବୁଢ଼ୀ ମାଉସି ଜଣକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.