ଶ୍ରୀଜିଉଙ୍କ ପାଇଁ ସୁବର୍ଣ୍ଣର ଚନ୍ଦ୍ର-ସୂର୍ଯ୍ୟ ଦାନ କଲେ ଭକ୍ତ ପଦ୍ମଚରଣ ପାତ୍ର, ଯାହା ଅତ୍ୟନ୍ତ ସୁନ୍ଦର ଓ ଚିତ୍ତାକର୍ଷକ

ପୁରୀ : ଶ୍ରୀଜିଉଙ୍କ ପାଇଁ ସୁବର୍ଣ୍ଣର ଚନ୍ଦ୍ର-ସୂର୍ଯ୍ୟ ଦାନ କରିଛନ୍ତି ଜଣେ ଭକ୍ତ।  ଭୁବନେଶ୍ବର ଭକ୍ତ ଶ୍ରୀ ପଦ୍ମଚରଣ ପାତ୍ର ଗତକାଲି ରବିବାର ଦିନ ନିଜ ପରିବାର ସହ ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହା ଦାନ କରିଛନ୍ତି। ଶ୍ରୀ ପାତ୍ର ତିନି ଠାକୁରଙ୍କ ପାଇଁ ତିନିହଳ ସୁବର୍ଣ୍ଣର ଚନ୍ଦ୍ର-ସୂର୍ଯ୍ୟ ଦାନ କରିଛନ୍ତି। ଯାହା ଅତ୍ୟନ୍ତ ସୁନ୍ଦର ଓ ଚିତ୍ତାକର୍ଷକ ବି ହୋଇଛି।

goldଏହି ଚନ୍ଦ୍ର-ସୂର୍ଯ୍ୟରେ ୩୧୯ ଗ୍ରାମ ସୁନା ଓ ୮୨୨ ଗ୍ରାମ ରୁପା ବ୍ୟବହାର କରାଯାଇଛି। ପରବର୍ତ୍ତୀ ସମୟରେ ଶ୍ରୀଜିଉଙ୍କୁ ଏହି ନୂତନ ଚନ୍ଦ୍ର-ସୂର୍ଯ୍ୟ ଲାଗି ହେବ ବୋଲି ମନ୍ଦିର ପ୍ରଶାସନ କହିଛି। ଏହି ଅବସରରେ ମୁଖ୍ୟ ପ୍ରଶାସକ ଶ୍ରୀ ପାତ୍ରଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ସମ୍ମାନିତ କରିଛନ୍ତି।

gold

ପୂର୍ବରୁ ଭୁବନେଶ୍ବରର ଭକ୍ତ ଶିବପ୍ରସାଦ ପଣ୍ଡା ମହାପ୍ରଭୁଙ୍କ ପାଇଁ ୨୧ କେଜି ରୁପା ଦାନ କରି ଚର୍ଚ୍ଚାରେ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.