ଧର୍ମଗଡ଼କୁ ଉପଖଣ୍ଡ ଜିଲ୍ଲା ମାନ୍ୟତା ଦାବି, କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା

ଧର୍ମଗଡ଼(କେନ୍ୟୁଜ୍) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ଡାକରା। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍‌ ହୋଇଯାଇଛି। ସମସ୍ତ ସରକାରୀ କାର‌୍ୟ୍ୟାଳୟ ଓ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି।

bandhhବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ ଟାୟାର ଜାଳି ରାସ୍ତାରୋକ କରାଯାଇଛି। ୧୩୦ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ହୋଇଯାଇଛି। ଏହି ଉପଖଣ୍ଡରେ ୬ଟି ବ୍ଲକ ଥିବାବେଳେ ଦୀର୍ଘ ୩୦ବର୍ଷ ହେଲା ଜିଲ୍ଲା ମାନ୍ୟତା ଦାବି କରାଯାଉଛି। ହେଲେ ଦୀର୍ଗ ବର୍ଷ ପରେ ମଧ୍ୟ ଦାବି ପୂରଣ ନହେବାରୁ ଆଜି ଧର୍ମଗଡ଼ ସହ ଜୁନାଗଡ଼ ବନ୍ଦ ଡାକରା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.