ଢେଙ୍କାନାଳ ହିନ୍ଦୋଳ ରେଞ୍ଜ କଡଲା ଗାଁରେ ହାତୀ ମୃତ୍ୟୁ ମାମଲା, ୨ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ଢେଙ୍କାନାଳ: ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କଡଲା ଗ୍ରାମରେ ଗତ ୩୦ ତାରିଖ ହାତୀ ମୃତ୍ୟୁ ଘଟଣାରେ ଦୁଇ ଶିକାରୀକୁ ବନ ବିଭାଗ  ଗିରଫ କରିଛି। ତୃତୀୟ ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ ତାକୁ ଗିରଫ କରିବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଛି। ଗିରଫ ଦୁଇ ଜଣ ସେହି ଗ୍ରାମର ଦିଲ୍ଲୀପ ସେଠୀ ଓ ରାଜା ପ୍ରଧାନ।

ଏହି ଦୁଇ ଜଣ ବାରହା ଶିକାର କରିବାକୁ ବିଦ୍ୟୁତ ତାର ବିଛାଇଥିଲେ। ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ହାତୀ ଓ ଗୋଟିଏ ବାରହାର ମୃତ୍ୟୁ ହୋଇଥିଲା। ତାର ବିଛାଇ ଯନ୍ତୁ ଶିକାର କରୁଥିବା ଶିକାରୀ ମାନଙ୍କୁ ଧରିବା ପାଇଁ ବନ ବିଭାଗ ଓ ବିଦ୍ୟୁତ ବିଭାଗ ମିଳିତ ଭାବେ ଉଦ୍ୟମ ଜାରି ରଖିବା ପାଇଁ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ, ଏନେଇ ଏକ କମିଟି ଗଠନ ହୋଇଥିବା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.