ଟିଡିସିସି ଉପାଧ୍ୟକ୍ଷ ହେଲେ କନ୍ଧମାଳର ଦିଲ୍ଲୀପ ପ୍ରଧାନ
ସୁନ୍ଦରଗଡର ଚମେଲୀ ଓରାମ ନିଗମର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ଦିଲ୍ଲୀପ ପ୍ରଧାନ ଉପସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି।

କେନ୍ୟୁଜ୍(ବ୍ୟୁରୋ): ଟିଡିସିସି ଉପାଧ୍ୟକ୍ଷ ହେଲେ କନ୍ଧମାଳର ଦିଲ୍ଲୀପ ପ୍ରଧାନ । ରାଜ୍ୟରେ ଲଘୁ ବନଜାତ ସାମଗ୍ରୀର ସଂଗ୍ରହ ଓ ବିକ୍ରି ବ୍ୟବସ୍ଥା କରି ଆଦିବାସୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗଠିତ ଆଦିବାସୀ ଉନ୍ନୟନ ସମବାୟ ନିଗମ-TDCCର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ହୋଇଥିଲା । ଏଥିରେ କନ୍ଧମାଳର ଦିଲ୍ଲୀପ ପ୍ରଧାନ ରାଜ୍ୟ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିଗମ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଆଜି ବିଭିନ୍ନ ପଦବୀ ପାଇଁ ମତଦାନ ହୋଇଥିଲା।
ସୁନ୍ଦରଗଡର ଚମେଲୀ ଓରାମ ନିଗମର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ଦିଲ୍ଲୀପ ପ୍ରଧାନ ଉପସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଦିଲ୍ଲୀପଙ୍କ ଘର ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତର କୁମ୍ଭାରମୁଣ୍ଡା ଗାଁରେ । ସେ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ସମିତି ସଭ୍ୟ ଥିଲେ। ଏବେ ଦାରିଙ୍ଗବାଡି ବ୍ଲକ ବିଜେଡିର କାର୍ଯ୍ୟକାରୀ ସଭାପତି ରହିବା ସହ ଲ୍ୟାମ୍ପସରେ ମଧ୍ୟ ସଦସ୍ୟ ଅଛନ୍ତି । ଦିଲ୍ଲୀପ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ନିର୍ବାଚିତ ହେବା ପରେ ତାଙ୍କୁ ଜିଲ୍ଲା ବଜେଡି ସଭାପତି ସରୋଜ କର୍ଣ୍ଣଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ସହ ଅଭିନନ୍ଦନ ଜ୍ଞାପନ କରାଯାଇଛି।.