ଓଡିଶା ପରିଦର୍ଶନ କରିବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ସହାୟତାର ହାତ ବଢାଇଲେ ସୁନ୍ଦରଗଡ଼ର ଏହି ଅଗ୍ରଣୀ ଅନୁଷ୍ଠାନ

ଆସିସାରିଛି ନୂଆବର୍ଷ, ସମସ୍ତେ ପିକନିକ ଆଉ ବୁଲାବୁଲିରେ ବ୍ୟସ୍ତ । କିନ୍ତୁ ସବୁବେଳେ ମଜାମଜଲିସରୁ ବହୁଦୂରରେ ରହିଯାଆନ୍ତି ନିଜ ପରିବାରଠୁ ଦୂରରେ ହଷ୍ଟେଲରେ ରହି ପାଠପଢୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ । ଏମାନଙ୍କ ମନରେ ଏକ ନୂଆ ଆଶା ଭରିଛି ସୁନ୍ଦରଗଡର ଅଗ୍ରଣୀ ଅନୁଷ୍ଠାନ ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନ । ଏହି ଅନୁଷ୍ଠାନର ସହାୟତାରେ ୫୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ରାଜ୍ୟର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାବୁଲି କରିବେ ।

ଆସିସାରିଛି ନୂଆବର୍ଷ, ସମସ୍ତେ ପିକନିକ ଆଉ ବୁଲାବୁଲିରେ ବ୍ୟସ୍ତ । କିଏ ସାଙ୍ଗସାଥୀ ସହିତ ତ ଆଉ କିଏ ପରିବାର ସହିତ ଏହି ବଣଭୋଜି ଋତୁର ମଜା ନେଉଛନ୍ତି । ହେଲେ ଏହି ସବୁ ମଜାମଜଲିସରୁ ସବୁବେଳେ ବହୁଦୂରରେ ରହିଯାଆନ୍ତି ନିଜ ପରିବାରଠୁ ଦୂରରେ ହଷ୍ଟେଲରେ ରହି ପାଠପଢୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ । ତେବେ ଏମାନଙ୍କ ମନରେ ଏକ ନୂଆ ଆଶା ଭରିଛି ସୁନ୍ଦରଗଡର ଅଗ୍ରଣୀ ଅନୁଷ୍ଠାନ ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନ । ଏହି ଅନୁଷ୍ଠାନର ସହାୟତାରେ ୫୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ରାଜ୍ୟର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାବୁଲି କରିବେ ।

କିଏ ଶୁଣି ପାରେ ନାହିଁ, ଆଉ କିଏ କହିପାରେ ନାହିଁ ହେଲେ ମନରେ ସାଧାରଣ ମଣିଷ ଭଳି ଇଚ୍ଛାଶକ୍ତି । କେବଳ ପାଠପଢା ନୁହେଁ ସେମାନେ ବି ଏହି ବଣଭୋଜି ଋତୁର ମଜା ଉଠାଇବେ, ବୁଲାବୁଲି କରି ନୂଆନୂଆ ସ୍ଥାନ ଅନ୍ୱେଷଣ କରିବେ । ଆଉ ତାଙ୍କର ଏହି ଇଚ୍ଛା ଆଜି ପୂରଣ ହେବାକୁ ଯାଉଛି । ସୁନ୍ଦରଗଡ ସାର୍ଥକ ଦିବ୍ୟାଙ୍ଗ ବିଦ୍ୟାଳୟର ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ । ୫ ଦିନ ଧରି ରାଜ୍ୟର ବଭିନ୍ନ ସ୍ଥାନ ଯେପରି ଦେବଗଡ, ଘଟଗାଁ, ଭୁବନେଶ୍ଵର, ପୁରୀ, କୋଣାର୍କ ଏବଂ ଚିଲିକା ଆଦି ସ୍ଥାନ ପରିଦର୍ଶନ କରି ଆସନ୍ତା ୭ ତାରିଖ ଦିନ ସୁନ୍ଦରଗଡ ଫେରିବେ । ଯିବା ସମୟରେ ଏହି ଛାତ୍ର ଛାତ୍ରୀଙ୍କ ମୁହଁରେ ଯେଉଁ ହସ ଫୁଟୁଥିଲା ତାହା ବୟାନ କରୁଥିଲା ତାଙ୍କର ଖୁସିକୁ ।

ଗତକାଲି ସକାଳେ ରାଜବାଟୀ ସ୍ଥିତ ସମଲେଇ ମନ୍ଦିରଠାରେ ପୂଜାର୍ଚ୍ଚନା ପରେ ଏକ ସ୍ଵତନ୍ତ୍ର ବସରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହିତ ଏହି ଯାତ୍ରା ଆରମ୍ଭ କରିଥିଲେ । ଏହାକୁ ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନର ସଭାପତି ସଞ୍ଜୟ ନନ୍ଦ ସବୁଜ ପତାକା ଦେଖାଇ ଶୁଭେଚ୍ଛା ଜଣାଇଥିଲେ । ଏହି ଯାତ୍ରାର ସମସ୍ତ ଖର୍ଚ୍ଚ ଆସୋସିଏସନ ବହନ କରିବ ବୋଲି କହିବା ସହିତ ଏପରି ଅସହାୟଙ୍କ ପ୍ରତି ସବୁବେଳେ ଅନୁଷ୍ଠାନ ସାହାଯ୍ୟର ହାତ ବଢାଇବ ବୋଲି କହିଛନ୍ତି ସଞ୍ଜୟ ନନ୍ଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.