ଅଣ ମୌସୁମୀ ସମୟରେ ଓଡ଼ିଶାକୁ କେତେ ମିଳିବ ମହାନଦୀ ପାଣି , ଉଭୟ ଛତିଶଗଡ଼ ଓ ଓଡ଼ିଶା ଅଧିକାରୀ କରିବେ ଆଲୋଚନା

ଭୁବନେଶ୍ବର(କେନ୍ୟୁଜ୍) : ଅଣ ମୌସୁମୀ ସମୟରେ ମହାନଦୀ ପାଣିର କିପରି ବଣ୍ଟନ ହେବ। ଏ ନେଇ ଆଜି ଉଭୟ ଓଡିଶା ଓ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବ । ନୂଆଦିଲ୍ଲୀରେ ହେବାକୁ ଥିବା ବୈଠକରେ ଉଭୟ ରାଜ୍ୟର ବିଶେଷଜ୍ଞ ଟିମ୍‌ ଉପସ୍ଥିତ ରହିବେ। ଅଣ ମୌସୁମୀ ସମୟରେ ଜଳ ବଣ୍ଟନ ନେଇ ଉଭୟ ରାଜ୍ୟ ପରସ୍ପର ମଧ୍ୟରେ ଆଲୋଚନା କରି ସମାଧାନର ରାସ୍ତା ବାହାର କରନ୍ତୁ। ମହାନଦୀକୁ ନେଇ ଗଠିତ ଟ୍ରିବ୍ୟୁନାଲ ଏହି ନିର୍ଦ୍ଦେଶ ଦେଇଥିଲେ। ଯଦି ଆଲୋଚନାରୁ ସମାଧାନର ବାଟ ନ ବାହାରେ ତେବେ ଏ ପ୍ରସଙ୍ଗରେ ରାୟ ଦିଆଯିବ ବୋଲି କହିଥିଲେ ଟ୍ରିବ୍ୟୁନାଲ। ମିଳିଥିବା ସୂଚନା ମୁତାବକ ଟ୍ରିବ୍ୟୁନାଲ ଚୂଡ଼ାନ୍ତ ରାୟ ନ ଦେବା ପର‌୍ୟ୍ୟନ୍ତ, ଛତିଶଗଡ଼ ଅଣ ମୌସୁମୀ ସମୟରେ ୧. ୭୪ ମିଲିଅନ ଏକର ଫିଟ୍‌ ପାଣି ଛାଡୁ ବୋଲି ଓଡ଼ିଶା ଦାବି କରୁଛି.

Leave A Reply

Your email address will not be published.