Below header

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜରେ ହଲଚଲ, ବିଜେପି ଛାଡ଼ିଲେ ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ

ବାରିପଦା(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜରେ ହଲଚଲ । ଜିଲ୍ଲା ପରିଷଦ ବୈଠକରେ ହଟ୍ଟଗୋଳ, ବିଜେପି ଛାଡ଼ିଲେ ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ । ମୟୂରଭଞ୍ଜ ଜିଲ୍ଲାର ୧୧ତମ ଜିଲ୍ଲା ପରିଷଦ ବୈଠକରେ ହଟ୍ଟଗୋଳ ପରେ ବିଜେପିର ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ଜିଲ୍ଲା ପରିଷଦ ସଭାପତି ତଥା ସ୍ଥାନୀୟ ନେତୃବୃନ୍ଦ ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ଜିଲ୍ଲା ପରିଷଦ ସଭାପତିଙ୍କ ମନମୁଖୀ କାର୍ଯ୍ୟ, ସ୍ୱେଚ୍ଛାଚାରିତା, ଜିଲ୍ଲା ପରିଷଦ ଉନ୍ନୟନ କାର୍ଯ୍ୟ ବାବଦକୁ ଆସୁଥିବା ଅର୍ଥ ବଣ୍ଟନରେ ପାତର ଅନ୍ତର ତଥା ଦଳୀୟ ନେତୃବୃନ୍ଦଙ୍କ ଜିଲ୍ଲା ପରିଷଦରେ ଅଯଥା ହସ୍ତକ୍ଷେପ ସେମାନଙ୍କୁ ହତୋତ୍ସାହିତ କରିଛି ବୋଲି ଅଭିଯୋଗ କରିଛନ୍ତି ବିଜେପିରୁ ଇସ୍ତଫା ଦେଇଥିବା ଜିଲ୍ଲା ପରିଷଦ ସଦସ୍ୟ। ଏପରିକି ଗତ ୫ବର୍ଷ ମଧ୍ୟରେ ଦଳ ତରଫରୁ ଜିଲ୍ଲା ପ୍ରତି କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଇ ନଥିବା ସେମାନେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.