ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ଥିବା ସାଇ ସରସ୍ୱତୀ ବିିଦ୍ୟାମନ୍ଦିର ସ୍କୁଲରେ ଅସନ୍ତୋଷ, ଗୁଣ୍ଡା ଲଗେଇ ଭଙ୍ଗା ଯାଇଥିବା ଅଭିଯୋଗ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ଚିନ୍ତାମଣିଶ୍ୱର ଅଂଚଳରେ ଥିବା ସାଇ ସରସ୍ୱତୀ ବିିଦ୍ୟାମନ୍ଦିର ସ୍କୁଲରେ ଅସନ୍ତୋଷ । ଗୁଣ୍ଡା ଲଗେଇ ଭଙ୍ଗା ଯାଇଥିବା ଅଭିଯୋଗ ଆଣିଲେ ସ୍କୁଲ ସମ୍ପାଦିକା ଲଷ୍ମୀ ପାଣିଗ୍ରାହୀ । ଗତକାଲି ବିଳମ୍ବିତ ରାତିରେ ୫୦ରୁ ଅଧିକ ଗୁଣ୍ଡା ଲଗେଇ ସ୍କୁଲକୁ ଭାଙ୍ଗି ଥିବା ଅଭିଯୋଗ ହୋଇଛ ।

ବିନୋଦ ଚନ୍ଦ୍ର ମହାନ୍ତି ଡ୍ରୋଜର ଲଗେଇ ସ୍କୁଲକୁ ଭାଙ୍ଗିବା ସହ ୪ଟି କମ୍ପୁଟର, ଆସବାବପତ୍ର, ସାର୍ଟିଫିକେଟ ଓ ୨ ଲକ୍ଷ ଟଙ୍କା ନେଇ ଥିବା ଅଭିଯୋଗ ହୋଇଛି । ୨୦୦୪ରେ ସ୍କୁଲ ସ୍ଥାପିତ ହେବା ପରେ ଜାଗା ଦେବା ପାଇଁ ୨୦୧୦ରେ ୧୫ ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ ସ୍କୁଲ ସମ୍ପାଦିକାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଦୁଇ ମାସ ତଳେ ଜାଗା ଛାଡିବା ପାଇଁ ସ୍କୁଲ ସମ୍ପାଦିକାଙ୍କୁ କହିଥିଲେ । ହେଲେ ନବମ ଦଶମ ଶ୍ରେଣୀ ପିଲାଙ୍କ ଅଧା ପାଠ ପଢା ହୋଇଥିବାରୁ ସ୍କୁଲ ଛାଡିବା ପାଇଁ ଆଉ କିଛି ଦିନ ସମୟ ମାଗିଥିଲେ । ଏହାପରେ ଅତର୍କିତ ଭାବରେ ରାତିରେ ଆସି ସ୍କୁଲ ଭାଙ୍ଗିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.