ରାଜ୍ୟ ଚଳଚ୍ଚିତ୍ର ସମ୍ମାନରେ ପାତରଅନ୍ତର ଅଭିଯୋଗ, ଅସନ୍ତୋଷ ପ୍ରକାଶ କଲେ ଚଳଚ୍ଚିତ୍ର ଛବିରାଣୀର ନିର୍ଦ୍ଦେଶକ ବବି ଇସଲାମ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟ ଚଳଚ୍ଚିତ୍ର ସମ୍ମାନରେ ପାତରଅନ୍ତର ଅଭିଯୋଗ। ନିକଟରେ ଘୋଷିତ ରାଜ୍ୟ ଚଳଚ୍ଚିତ୍ର ସମ୍ମାନର ବିଭିନ୍ନ ବିଭାଗରେ ଚୟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଓଡିଆ ଚଳଚ୍ଚିତ୍ର ଛବିରାଣୀର ନିର୍ଦ୍ଦେଶକ ବବି ଇସଲାମ। ବିଦେଶୀ ଓ ରାଜ୍ୟ ବାହାରର ସିନେମାକୁ ପୁରସ୍କାର ଦିଆଯାଇଥିଲେ ସୁଦ୍ଧା ୮୦ ଦଶକର ଚର୍ଚ୍ଚିତ ଘଟଣା ଉପରେ ନିର୍ମିତ ହୋଇଥିବା ଓଡିଆ ଫିଲ୍ମ ଛବିରାଣୀକୁ ୨୭ଟି ସମ୍ମାନରୁ ଗୋଟିଏରେ ବଛାଯାଇନାହିଁ। ତୁରନ୍ତ ବିଚାରକ ମଣ୍ଡଳୀ ଏହାର ପୁନଃ ବିଚାର କରିବାକୁ ସେ ଦାବି କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ପାଇଁ ଓଡ଼ିଆ ସିନେମା ପାଇଁ ପୁରସ୍କାର ସମ୍ମାନ ଘୋଷିତ ହୋଇଛି। ବିଭିନ୍ନ ବର୍ଗରେ ପୁରସ୍କାର ନିମନ୍ତେ ମନୋନୀତ ନାଁ ଘୋଷଣା କରାଯାଇଛି। ଏହି ଚୟନ କେତେଦୂର ନିରପେକ୍ଷ ବା ଯୁକ୍ତିସଙ୍ଗତ, ସେ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଥିରେ ଅନ୍ୟରାଜ୍ୟର ସିନେମାକୁ ନକଲ କରି ତିଆରି ହୋଇଥିବା ଓଡ଼ିଆ ସିନେମାକୁ ସ୍ଥାନ ଦିଆଯାଇଛି।

ଅଥଚ ଓଡ଼ିଆ ଘରର ବା ଓଡ଼ିଶାର ମୌଳିକ କଥାବସ୍ତୁର ଆଧାରରେ ତିଆରି ଓଡ଼ିଆ ସିନେମାକୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିନେତା ଅମନ୍‌, ଅନ୍ୟତମ ନିର୍ଦ୍ଦେଶକ ଅରୁଣ ମହାନ୍ତି ଓ ଅଭିନେତା ମିଟୁ ମିଥୁନ ପ୍ରମୁଖ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.