ଆଜିଠୁ ଭିତରକନିକା ଓ ଗହିରମଥାରେ ଡଲଫିନ୍ ଗଣନା ଆରମ୍ଭ, ସକାଳ ୬ରୁ ଦିନ ୧୨ଟା ଯାଏ ଚାଲିବ ପ୍ରକ୍ରିୟା

ରାଜନଗର(କେନ୍ଯୁଜ୍): ଭିତରକନିକା ଜାତୀୟ ଉଦ୍ୟାନ ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ୩ଦିନ ଧରି ଅର୍ଥାତ ୧୮ତାରିଖ ପର୍ଯ୍ୟନ୍ତ ଚାଲିବ ଡଲଫିନ୍ ଗଣନା । ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ଯରେ ଏବଂ ଭିତରକନିକା ମଧ୍ଯରେ ଥିବା ନଦୀ ନାଳ ମାନଙ୍କରେ ଡଲଫିନ ଗଣନା କରାଯିବ । ଡଲଫିନ ଗଣନା ପାଇଁ ୯ଟି ଟିମ ଗଠନ କରାଯାଇଛ । ପ୍ରତ୍ୟେକ ଟିମରେ ୩ରୁ ୫ଜଣ ଗଣନାକାରୀ ସାମିଲ ହୋଇଥିବା ବେଳେ ସମୁଦ୍ର ମଧ୍ଯରେ ୫ଟି ଟିମ ଏବଂ ନଦୀ ଓ କ୍ରିକରେ ୪ଟି ଟିମ ଡଲଫିନ ଗଣନା କରିବେ ।

ଗଣନା ସମୟରେ ବାଇନାକୁଲାର, ଜିପିଏସ, କ୍ୟାମେରା,ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ଯବହାର କରାଯିବ । ଏହି ଗଣନା ସକାଳ ୬ଟାରୁ ଆରମ୍ଭ ହୋଇ ପାଖାପାଖି ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଭିତରକନିକା ସଲଗ୍ନ ନଦୀ,କ୍ରୀକ ଓ ସମୁଦ୍ରରେ ୫ପ୍ରଜାତିର ଡଲଫିନ ଦେଖାଯାଇଥାନ୍ତି । ସୂଚନାଯୋଗ୍ଯ ରାଜ୍ଯ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି କ୍ରମେ ୨୦୧୫ରୁ ଭିତରକନିକା ଅଞ୍ଚଳରେ ଡଲଫିନ ଗଣନା କରାଯାଉଛି । ଗତବର୍ଷ ମୋଟ ୩୪୨ଟି ଡଲଫିନ ଗଣନା କରାଯାଇଥିଲା । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଅଧିକ ଗଣନା କରାଯିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ଜେ.ଡି ପତି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.