ବଲାଙ୍ଗିରରେ ଡବଲ ମର୍ଡର: ଦାଦା ଓ ଖୁଡିକୁ ନିର୍ମମ ଭାବେ ହତ୍ୟା କରି କୂଅ ଭିତରକୁ ଫିଙ୍ଗି ଦେଲା ପୁତୁରା

ବଲାଙ୍ଗିର: ସମ୍ପତ୍ତି ଆଗରେ ବଳି ପଡିଲା ସମ୍ପର୍କ। ବାପା ମା ସମାନ ଦାଦା, ଖୁଡିକୁ ହତ୍ୟା କଲା ପୁତୁରା । ଏଭଳି ଏକ ଅଘଟଣ ଘଟିଛି  ବଲାଙ୍ଗିରରେ। ଏଠାରେ ଘଟିଯାଇଛି ଡବଲ ମର୍ଡର । କଣ୍ଟାବାଞ୍ଝି ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କୁଟୁରାବେଡା ଗାଁ । ଯେଉଁଠି ଦାଦା ଓ ଖୁଡିକୁ ନିର୍ମମ ଭାବେ ହତ୍ୟା କରି କୂଅ ଭିତରକୁ ଫିଙ୍ଗି ଦେଲା ପୁତୁରା । ଗାଁର ତ୍ରିଲୋଚନ ନାଗଙ୍କ ପରିବାର ଏବଂ ତାଙ୍କ ପୁତୁରା କୁଶ ନାଗଙ୍କ ସହ ଦୀର୍ଘ ବର୍ଷ ବର୍ଷ ହେଲା ଜମି ବିବାଦ ଲାଗି ରହିଥିଲା ।

ଗତ ରାତିରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହା ପରେ କୁଶ ଧାରୁଆ ଅସ୍ତ୍ରରେ ପ୍ରଥମେ ଦାଦାକୁ ଆକ୍ରମଣ କରିଥିଲା । ପରେ ତ୍ରିଲୋଚନଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲା । ତେବେ ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୁଶ ନାଗକୁ ଅଟକ ରଖି ପଚରାଉଚରା କରୁଛି । ସୂଚନା ଅନୁଯାୟୀ ପୂର୍ବରୁ ମଧ୍ୟ କୁଶ ହତ୍ୟା ଉଦ୍ୟମ କରିଥିଲା । ଥାନାରେ ମାମଲାରେ ହେବା ପରେ ସେ ଜାମିନ୍‌ରେ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.