ଆଜିଠୁ ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍, କେବଳ ଜରୁରୀ ସେବାକୁ ମିଳିବ ଅନୁମତି

ଭୁବନେଶ୍ବର: ଆଜିଠୁ କରୋନା ପ୍ରଭାବିତ ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍। ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍ । ଏହି ସମୟରେ କେବଳ ଜରୁରୀ ସେବାକୁ ଛାଡି ଦେଲେ ଘରୁ ବାହାରିବା ମନା। ସଟ୍‌ଡାଉନ୍‌ ସମୟରେ ଟ୍ଵିନ୍‌ସିଟିରେ ଯାଆସ ପାଇଁ କମିଶନରେଟ୍‌ ପୋଲିସ୍‌ ମଧ୍ୟ ଜାରି କରିଛି ଗାଇଡ୍‌ଲାଇନ୍‌ । ଏହି ଦୁଇ ଦିନ ଖବରକାଗଜ ହକରମାନେ ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ କାମ କରିପାରିବେ । ଏହାସହ ଏଟିଏମ୍‌ ଓ ଆରବିଆଇ ଆଦି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସଂସ୍ଥା ଖୋଲିବ । ସ୍ୱିଗି ଓ ଜୋମାଟୋ ଆଦି ସଂସ୍ଥାଙ୍କୁ ଖାଦ୍ୟ ହୋମ୍‌ ଡେଲିଭରୀ ପାଇଁ ଅନୁମତି ଦିଆଯାଇଛି । ଏଲ୍‌ପିଜି ବିତରଣ, ରନ୍ଧନ ଗ୍ୟାସ୍‌ ହୋମ୍‌ ଡେଲିଭରୀ ଜାରି ରହିବ ।

ଟେଲିକମ୍‌ କର୍ମଚାରୀ, ପେଟ୍ରୋଲ ପମ୍ପ କର୍ମଚାରୀ, ବିଦ୍ୟୁତ ବିଭାଗ କର୍ମଚାରୀ, ଆଇଟି କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି କମ୍ପାନୀ ପରିଚୟ ପତ୍ର ଦେଖାଇ ନିଜ କର୍ମକ୍ଷେତ୍ରକୁ ଯାଇପାରିବେ । ଓଲା, ଓବେର ଆଦି ଚଳାଚଳ ପାଇଁ ପୋଲିସ ପାସ୍‌ ଆବଶ୍ୟକ । ଏହି ସମୟରେ ମାଲବାହୀ ଗାଡି ଚଳାଚଳରେ କୌଣସି କଟକଣା ରହିବ ନାହିଁ ।

stopଏୟାରପୋର୍ଟ, ରେଲେଓ୍ଵ ଷ୍ଟେସନ୍‌, ବସ୍‌ଷ୍ଟାଣ୍ଡ ଓ ଏ ସଂପର୍କିତ ଅଫିସ୍‌ ଏବଂ କର୍ମଚାରୀ ଯିବା ଆସିବା କରିପାରିବେ । ମେଡିକାଲ, ହସ୍ପିଟାଲ, ନର୍ସିଂ ହୋମ୍‌, ଆମ୍ବୁଲାନ୍ସ କର୍ମଚାରୀ ପରିଚୟ ପତ୍ର ଓ ଗାଡି ପାସ୍‌ ଦେଖାଇ ଯାଇପାରିବେ । ମେଡିସିନ୍‌ ଷ୍ଟୋର ଓ ଫାର୍ମାସୀ ଷ୍ଟାଫ୍‌, ଟ୍ରେଡ୍‌ ଲାଇସେନ୍ସ କିମ୍ବା ପୁରୁଣା ପୋଲିସ ପାସ୍‌ ଦେଖାଇ ଯାଇପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.