ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ, ସ୍ନାନ ବେଦୀରୁ ଫେରିବା ପରେ ମହାପ୍ରଭୁ ଏବେ ଅସୁସ୍ଥ

ପୁରୀ: ଗତକାଲି ଅତ୍ୟାଧିକ ସ୍ନାନ ଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ । ଗତକାଲି ସ୍ନାନ ବେଦୀରୁ ଫେରିବା ପରେ ଏବେ ଶ୍ରୀଜିଉ ଅଣସର ଘରେ ରହିଛନ୍ତି । ବିଳମ୍ବିତ ରାତିରୁ ଦଇତାପତିମାନେ ଅସୁସ୍ଥ ଶ୍ରୀଜିଉଙ୍କ ଉପଚାର ଆରମ୍ଭ କରିଛନ୍ତି। ତେଣୁ ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ ।

୧୫ ଦିନ ପର୍ଯ୍ୟନ୍ତ ମହାପ୍ରଭୁ ଏବେ ଅନବସରରେ ରହୁଥିବାରୁ ଶ୍ରୀଜିଉଙ୍କ ସ୍ଥାନରେ ପୂଜା ପାଇବେ ପଟିଦିଅଁ । ଶ୍ରୀଜିଉଙ୍କ ସ୍ଥାନରେ ପୂଜା ପାଇବେ ପ୍ରତିକାତ୍ମକ ବିଗ୍ରହ । ମହାପ୍ରଭୁ ଜଗନ୍ନାଥଙ୍କ ସ୍ଥାନରେ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଏବଂ ଶୁଭଦ୍ରାଙ୍କ ସ୍ଥାନରେ ପୂଜା ପାଇବେ ଭୁବନେଶ୍ୱରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.