ସୁନା ଓ ରୂପା ଦରରେ ଆସିଛି ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ମୂଲ୍ୟ

ଜୁନ ୫ ତାରିଖ ଅର୍ଥାତ ଶୁକ୍ରବାର ସନ୍ଧ୍ୟା ସୁଦ୍ଧ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୯୦ ଟଙ୍କା ବଢି ୪୪,୭୫୦ ଟଙ୍କାରେ ପହଞ୍ଚି ଥିବା ଜଣାଯାଇଛି । ଯେବେକି ପୂର୍ବଦିନ ଏହି ଦର ୧୦ ଗ୍ରାମ ପ୍ରତି ୪୪,୫୬୦ ଟଙ୍କା ଥିଲା । ସେହିପରି ଶୁକ୍ରବାର ସନ୍ଧ୍ୟା ଶୁଦ୍ଧ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୧୯୦ ଟଙ୍କା ବୃଦ୍ଧି ପାଇ ୪୮,୮୩୦ ଟଙ୍କା ଛୁଇଁଥିବା ରେକର୍ଡ ହୋଇଛି । ଯେବେକି ପୂର୍ବ ଦିନ ଏହି ମୂଲ୍ୟ ୪୮,୬୪୦ ଟଙ୍କା ଥିଲା । କିନ୍ତୁ ମୋଟାମୋଟି ଭାବେ ଦେଶର ଅନ୍ୟାନ ସହର ଗୁଡିକରେ ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି । ଭାରତର ପ୍ରମୁଖ ସହର ଗୁଡିକରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୭ ଟଙ୍କା ହ୍ରାସ ପାଇ ୪୬,୭୦୦ ଟଙ୍କାରେ ପହଂଚିଛି ।ସେହିପରି ୨୨ କ୍ୟାରେଟ ସୁନା ଦର ବି ୬୭ ଟଙ୍କା ଖସି ୪୬,୫୨୩ ଟଙ୍କାରେ ପହଂଚିଛି ।

ସୁନା ପରି ରୂପା ଦରରେ ବି ପରିବର୍ତ୍ତନ ଆସିଛି । ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ୨୫୫ ଟଙ୍କା ହ୍ରାସ ପାଇ ୪୮,୫୦୦ରୁ ୪୮,୨୪୫ଟଙ୍କା ହୋଇଥିବା ଜଣାଯାଇଛି । ଭାରତ ପରି ବିଶ୍ୱ ବଜାରରେ ବି ଉଭୟ ସୁନା ଓ ଚାନ୍ଦି ଦରରେ ପରିବର୍ତ୍ତନ ଆସିଛି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ସୁନା ମୂଲ୍ୟ ଆଉନ୍ସ ପ୍ରତି ୧. ୮୮ ପ୍ରତିଶତ କିମ୍ବା ୩୨.୫୦ ଡ଼ଲାର ଖସି ୧୬୯୪.୯୦ଡ଼ଲାରରେ ସ୍ଥିର ରହିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.