Below header

କୁଚିଣ୍ଡାରେ ଡବଲ୍ ମର୍ଡର: ବଡ଼ ଭାଇ ଓ ପୁତୁରାକୁ ହତ୍ଯା କଲା ସାନ ଭାଇ, ଦୁଇ ଦିନ ପରେ ମୁମୂର୍ଷୁ ଅବସ୍ଥାରେ ଭାଉଜ ଉଦ୍ଧାର

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ତାଳଡିହି ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ଅଭାବନୀୟ ଘଟଣା । ସାନ ଭାଇର ଆକ୍ରମଣରେ ବଡ଼ ଭାଇ ଓ ପୁତୁରାଙ୍କର ମୃତ୍ୟୁ ହେବା ସହ ଭାଉଜ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ଅନୁସାରେ ରବିବାର ରାତିରେ ଅଭିଯୁକ୍ତ ସନାତନ ମାଝୀଙ୍କର ନିଜ ବଡ଼ଭାଇ ଦିଲୀପ ମାଝୀଙ୍କ ସହ କଳହ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସନାତନ ବଡଭାଇ ଓ ଭାଉଜ ସରିତାଙ୍କୁ ଆକ୍ରମଣ କରିଥିଲା । ଏହାପରେ ୪ବର୍ଷର ନିଷ୍ପାପ ପୁତୁରା ବିଶ୍ୱରାଜକୁ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ତିନିଜଣ ମୃତ୍ୟୁବରଣ କରିଥିବା ଭାବି ଅଭିଯୁକ୍ତ ୩ଜଣଙ୍କୁ ତାଳଡିହି ଅଙ୍ଗନବାଡି କେନ୍ଦ୍ରର ପାଇଖାନା ଟାଙ୍କିରେ ପକାଇ ଦେଇଥିଲେ।

ଘଟଣା ପ୍ରଘଟ ହେବା ପରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ତେବେ ବଡ଼ଭାଇ ଓ ପୁତୁରା ମୃତ୍ୟୁବରଣ କରିଥିବା ବେଳେ ସୌଭାଗ୍ଯବଶତଃ ଭାଉଜ ଦୁଇଦିନ ଟାଙ୍କିରେ ପଡି ରହିବା ସତ୍ତ୍ୱେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.