ଦୁନିଆର ୫ ସବୁଠାରୁ ବିପଦପୂର୍ଣ୍ଣ ବିମାନବନ୍ଦର, ଯେଉଁଠାରେ ବିମାନ ଅବତରଣ ପାଇଁ ଭୟ କରନ୍ତି ପାଇଲଟ

ଆଜିକାଲି ସମୟ ବଞ୍ଚାଇବା ପାଇଁ ଅଧିକାଂଶ ଲୋକ ବିମାନ ଯାତ୍ରା କରିଥାନ୍ତି। ପରିବହନର ସବୁଠାରୁ ଦ୍ରୁତ ମାଧ୍ୟମ ବିମାନ। ବିମାନରେ ଯାତ୍ରା କରିବାକୁ ହେଲେ ବିମାନବନ୍ଦର ଯିବାକୁ ପଡିଥାଏ। ମାତ୍ର ଏପରି ଅନେକ ବିମାନବନ୍ଦର ଅଛି ଯାହା ଦେଖିବାକୁ ବହୁତ ସୁନ୍ଦର। କ’ଣ ଆପଣ ଏପରି ୫ଟି ବିମାନବନ୍ଦର ବିଷୟରେ ଜାଣିଛନ୍ତି କି, ଯାହା ଅତ୍ୟନ୍ତ ବିପଦଜନକ। ଏହି ବିମାନବନ୍ଦର ଗୁଡିକରେ ବିମାନ ଉଡାଣ କିମ୍ବା ଅବତରଣ କରିବା ସମୟରେ ପାଇଲଟମାନେ ମଧ୍ୟ ସାବଧାନ ଥାନ୍ତି। ଏହାଛଡା ଏହି ସ୍ଥାନରେ ବିମାନ ଅବତରଣ କରିବା ପାଇଁ ମୃତ୍ୟୁକୁ ଡାକନ୍ତି ପାଇଲଟ।

ସ୍କଟଲ୍ୟାଣ୍ଡର ବାରା ବିମାନବନ୍ଦର :

ସମୁଦ୍ର କୂଳରେ ସ୍କଟଲ୍ୟାଣ୍ଡର ବାରା ବିମାନବନ୍ଦରକୁ ନିର୍ମାଣ କରାଯାଇଛି। ଏପରି ପରିସ୍ଥିତିରେ ,ଯେତେବେଳେ ସମୁଦ୍ର ଜୁଆର ଆସେ, ଏହି ବିମାନବନ୍ଦର ପାଣିରେ ବୁଡିଯାଏ। ଯାହା ଯୋଗୁଁ ଅବତରଣ ଏବଂ ଉଡାଣ ପାଇଁ ବାଧା ଉପୁଜେ।

 

ହଂକଂର କେ କାଇ ଟାକ ବିମାନବନ୍ଦର :

ଏହି ବିମାନବନ୍ଦର ମଧ୍ୟ ସବୁଠାରୁ ଅଧିକ ବିପଦପୂର୍ଣ୍ଣ। ବିମାନ ଏଠାରେ ୧୯୨୫ରୁ ୧୯୯୮ ପର୍ଯ୍ୟନ୍ତ ଉଡାଣ ଏବଂ ଅବତରଣ କରୁଥିଲା। ମାତ୍ର ବର୍ତ୍ତମାନ ଏହି ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଛି। ଏହି ବିମାନବନ୍ଦରର ଉଭୟ ପାର୍ଶ୍ୱରେ ଉଚ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକା ଥିବା ବେଳେ ବିମାନ ବନ୍ଦର ଚାରିପାଖରେ ଉଚ୍ଚ ଅଟ୍ଟାଳିକା ନିର୍ମାଣ ନିଷେଦ୍ଧ। ଏହା ଛଡା ବିମାନବନ୍ଦରର ରନେଓ୍ଵ ମଧ୍ୟ କମ୍‌ ଏବଂ ଛୋଟ।

hillary

ସାବାରା କାରିବିଆନ ଦ୍ୱୀପର ଜୁଆନକୋ ଇ ଏରାସନିକ ବିମାନ ବନ୍ଦର :

ଏହି ବିମାନ ବନ୍ଦରରେ ବିମାନ ଅବତରଣ ପାଇଁ ପାଇଲଟ ଡରିଥାନ୍ତି। ଏହି ବିମାନ ବନ୍ଦରର ରନେଓ୍ଵ ହେଉଛି ଦୁନିଆର ସବୁଠାରୁ ଛୋଟ ରନେଓ୍ଵ, ଯାହାର ଲମ୍ବ ପ୍ରାୟ ୩୯୬ ମିଟର। ଏହି ରନେଓ୍ଵ ଏକ ପର୍ବତ ଶିଖରରେ ନିର୍ମିତ, ତିନି ପାର୍ଶ୍ୱରେ ସମୁଦ୍ର ଏବଂ ଗୋଟିଏ ପାର୍ଶ୍ୱରେ ପର୍ବତ ଶିଖର।

ନେପାଳର ଟେନଜିଂ- ହିଲାରୀ ବିମାନବନ୍ଦର :

ଏହା ନେପାଳର ଲୁକଲା ସହରରେ ଅବସ୍ଥିତ, ହିମାଳୟ ଶିଖର ମଧ୍ୟରେ ଅବସ୍ଥିତ। ରନେଓ୍ଵ ଦୈର୍ଘ୍ୟ ମାତ୍ର ୪୬୦ ମିଟର। କେବଳ ଛୋଟ ବିମାନ ଏବଂ ହେଲିକ୍ଟପରକୁ ହିଁ ଏଠାରେ ଅବତରଣ କରିବାକୁ ଅନୁମତି ମିଳିଥାଏ। ଏହି ବିମାନବନ୍ଦରର ରନେଓ୍ଵରେ ଉତ୍ତରରେ ପର୍ବତ ଶିଖର ରହିଛି, ତା’ ପରେ ଦକ୍ଷିଣରେ ୬୦୦ ମିଟର ଗଭୀରର ଖାଲ। ସେଥିପାଇଁ ବିମାନବନ୍ଦରକୁ ଦୁନିଆର ସବୁଠାରୁ ବିପଦଜନକ ବିମାନବନ୍ଦର ମଧ୍ୟରେ ବିବେଚନା କରାଯାଏ।

maldives

ମାଳଦ୍ୱୀପର ମେଲ ଅର୍ନ୍ତଜାତୀୟ ବିମାନବନ୍ଦର :

ଏହି ଏୟାରପୋର୍ଟ ଉଡିବା କମ୍ବା ବିମାନ ଅବତରଣ କରିବା ପାଇଲଟଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ। ବିମାନ ବନ୍ଦରର ସମୁଦ୍ରଠାରୁ ମାତ୍ର ଦୁଇ ମିଟର ଉଚ୍ଚରେ ଅବସ୍ଥିତ। ଏହି ବିମାନ ବନ୍ଦର ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏହା ବିଶ୍ୱର ଏକମାତ୍ର ବିମାନ ବନ୍ଦର ଯାହା ଆଲକାତରାରେ ନିର୍ମିତ। ଏହି ବିମାନବନ୍ଦର ସମୁଦ୍ର ମଧ୍ୟରେ ଅବସ୍ଥିତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.