ଇଏମ୍‌ଆଇ ପଇଠ ସମୟ ସୀମା ଘୁଞ୍ଚାଇବା ପାଇଁ ପରାମର୍ଶ ରକ୍ଷା କରିଥିବାରୁ RBI ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଇଏମ୍‌ଆଇ ପଇଠ ସମୟ ସୀମା ଘୁଞ୍ଚାଇବା ପାଇଁ ପରାମର୍ଶ ରକ୍ଷା କରିଥିବାରୁ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ। ଏହି ପଦକ୍ଷେପ ଯୋଗୁ ବହୁ ବ୍ୟବସାୟୀ ଓ ଗ୍ରାହକ ଉପକୃତ ହେବେ ବୋଲି ସେ କହିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ମଧ୍ୟ ଗତ ୨୫ ତାରିଖରେ କୃତଜ୍ଞତା ଜଣାଇଥିଲେ ଡ. ସାମନ୍ତ।

dr achyuta samanta 1

ଆୟକର ରିଟର୍ଣ୍ଣ ଫାଇଲ ପାଇଁ ଥିବା ଡେଡ୍‌ ଲାଇନ୍‌କୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିବାରୁ ଧନ୍ୟବାଦ ଦେଇଥିଲେ। ଏହାସହ ସହ ଇଏମ୍‌ଆଇ ପଇଠ କରୁଥିବା ଗ୍ରାହକଙ୍କ ସୁବିଧା ପାଇଁ ଅନୁରୋଧ କରିଥିଲେ। କହିଥିଲେ, ଇଏମ୍‌ଆଇ ରିପେମେଣ୍ଟ ଇନ୍‌ଷ୍ଟାଲମେଣ୍ଟକୁ ଦୁଇ ମାସ ଘୁଞ୍ଚାଇ ଦିଆଯାଉ। ନଚେତ୍‌ ଲକ୍‌ ଡାଉନ ଥିବାରୁ ବହୁ ସଂଖ୍ୟାରେ ଲୋକେ ଅସୁବିଧାରେ ପଡିବେ କିମ୍ବା ଇଏମ୍‌ଆଇ ଦେବାରେ ବିଫଳ ହେବେ। ଆଜି ଆରବିଆଇ ଇଏମ୍‌ଆଇରେ ତିନି ମାସ ସମୟ ରିହାତି ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.