ଇତିହାସରେ ପ୍ରଥମ : ଓଡ଼ିଶାର ଦ୍ରୌପଦୀ ମୁର୍ମୁ ହେଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ଭୁବନେଶ୍ୱର : ଓଡ଼ିଶାର ଦ୍ରୌପଦୀ ମୁର୍ମୁ ହେଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ। ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳାରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ସେହିପରି ଓଡ଼ିଶାରେ ବିଜେଡି ଓ ବିଜେପି ମିଳିତ ସରକାରରେ ସେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ । ମତ୍ସ୍ୟ ଓ ପଶୁ ପାଳନ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।

ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ଏହି ନେତ୍ରୀଙ୍କର ୧୯୯୭ରେ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ସେ ପ୍ରଥମେ ଜଣେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ପରେ ରାଇରଙ୍ଗପୁରର ଉପାଧ୍ୟକ୍ଷ ହୋଇଥିଲେ । ସେହି ବର୍ଷ ତାଙ୍କୁ ଓଡ଼ିଶା ବିଜେପି ଜନଜାତି ମୋର୍ଚ୍ଚାର ସଭାପତି କରାଗଲା । ପରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୭ରେ ଓଡ଼ିଶା ବିଧାନସଭାରେ ଶ୍ରେଷ୍ଠ ବିଧାୟକ ଭାବେ ନୀଳକଣ୍ଠ ପରସ୍କାର ଜିତିଥିଲେ । ସେ ଦୁଇ ଦୁଇଥର ରାଇରଙ୍ଗପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ଆଉ ସବୁ ବେଳେ ଜନଜାତିଙ୍କ ଉନ୍ନତି ଦିଗରେ କାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.