ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଦ୍ରୌପଦୀ ମୁର୍ମୁ, ୧୦ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ମହାମହିମ

(କେନ୍ୟୁଜ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ମହାମହିମ । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି କେନ୍ଦ୍ରାଞ୍ଚଳ ଆଇଜି ଓ ଏସ୍‌ପି ମିଳିତ ଭାବେ ରାଷ୍ଟ୍ରପତିଙ୍କ ରୁଟ, ଶ୍ରୀମନ୍ଦିର ପହଞ୍ଚିବା ସ୍ଥାନ ପରିଦର୍ଶନ କରିଛନ୍ତି । ଆସନ୍ତା କାଲି କାରକେଡ ରିହରସଲ କରାଯିବ । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପୋଲିସ ଫୋର୍ସ ଯୋଗାଇ ଦେଇଛନ୍ତି।

ସେପଟେ ପୁରୀ ପୋଲିସ ପକ୍ଷରୁ ସୁରକ୍ଷାକୁ ନେଇ ବୈଠକ କରାଯାଇଥିବା ବେଳେ ବ୍ଲୁବୁକ୍‌ ସିକ୍ୟୁରିଟି ଅନୁସାରେ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ସୁରକ୍ଷା ଦାୟିତ୍ୱରେ ୨୪ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହେବେ । ୩୦ ଇନିସପେକ୍ଟର, ୧୮ ଜଣ ଡିଏସପି ମୁତୟନ ହେବେ । ୧୦ ତାରିଖ ସକାଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ପୁରୀ ଅଭିମୁଖେ ଯିବେ । ପରେ ସିଂହଦ୍ୱାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ ।

ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଗସ୍ତ । ଏଥିପାଇଁ ସମସ୍ତ ବିଭାଗ ନିଜ ଦାୟିତ୍ୱକୁ ଅତ୍ୟନ୍ତ ନିଷ୍ଠାର ସହ ସମ୍ପର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ତାରିଖ ସକାଳ ୧୦.୩୦ରୁ ରାଷ୍ଟ୍ରପତି ଫେରିବା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.