ପ୍ରଚଣ୍ଡ ଶବ୍ଦ କରି ଆକାଶରୁ ଅଚାନକ ଖସିଲା ନଆଁ ଗୁଳା, ଚାହୁଁ ଚାହୁଁ ଜଳିଗଲା ଘର

ନୂଆଦିଲ୍ଲୀ : ଆକାଶରୁ ହଠାତ୍‌ ଏକ ନିଆଁ ର ଗୁଳା ପ୍ରଚଣ୍ଡ ଶବ୍ଦ କରି ଖସିଲା । ହୁ ହୁ ହୋଇ ଜଳିଗଲା ଘର । ଏପରି ଘଟଣା ଦେଖା ଦେଇଛି ଆମେରିକାର କାଲିଫର୍ଣ୍ଣିଆରେ । କୁହାଯାଉଛି ଏହା ଏକ ଉଲକା ପିଣ୍ଡ ଥିଲା ବୋଲି । ପ୍ରତ୍ୟେକ୍ଷ ଦର୍ଶୀ ଏହାକୁ ବାସ୍କେଟବଲ ଭଳି ଏକ ଜଳୁଥିବା ଜିନିଷ ବୋଲି କହିଛନ୍ତି ।

ଡଷ୍ଟିନ ପ୍ରୋକ୍ଟିକା ଶୁକ୍ରବାରକୁ ଦୁଇଟି କୁକୁରଙ୍କ ସହ ଘରେ ଥିଲେ । ଏହି ସମୟରେ ଏକ ପ୍ରଚଣ୍ଡ ଶବ୍ଦ ତାଙ୍କୁ ଶୁଭିଲା । ବାହାରକୁ ଆସି ଦେଖନ୍ତି ତ କିଛି ଦୂରରେ ଧୂଆଁର ବଳୟ ଓ ଗନ୍ଧ ଦେଖିବାକୁ ମିଳିଲା । ଏ ସମ୍ପର୍କରେ ନେଭାଡାର ନିଆଁ ଲିଭାଳି ଦଳ ଏହି ଘଟଣାର ଟ୍ଵିଟ କରି ଜଣାଇଛନ୍ତି, ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୪ ଘଣ୍ଟା ଲାଗିଥିଲା । ଶୁକ୍ରବାର ସନ୍ଧ୍ୟା ୭ ଟା ୨୬ ମିନିଟରେ ଫାୟାର ବିଭାଗକୁ ଏମିତି ଏକ ଖବର ମିଳିଲା ।

ତେବେ ନିଆଁର କାରଣ ଜଣାପଡିନାହିଁ । ଏ ସମ୍ପର୍କରେ କିଛି ଭିଡିଓ କିମ୍ବା ଫଟୋର ପ୍ରମାଣ ନଥିବାରୁ ହଠାତ୍‌ ଏହାକୁ ଉଲକାପିଣ୍ଡ ବୋଲି କହିବା ଠିକ୍‌ ହେବ ନାହିଁ । ଏ ସମ୍ପର୍କରେ ତଦନ୍ତ ଚାଲିଛି,ଘଟଣାର ସତ୍ୟାସତ୍ୟ ମିଳବା ପରେ କହିବା ଠିକ ହେବ । ଏହି ଦୁର୍ଘଟଣାରେ ଘରେ ଥିବା ଏକ କୁକୁର ମରିଯାଇଥିବା ବେଳେ ଗୋଟିଏ ଟ୍ରଲର ଓ ପିକ ଅପ୍‌ ଟ୍ରକ୍‌ ଜଳିଯାଇଛି । ଲୋକେ ଏହାକୁ ଉଲକା ପିଣ୍ଡ ବୋଲି ଦାବି କରୁଥିବାବେଳେ ତଦନ୍ତ ପରେ ଏ ସମ୍ପର୍କରେ କିଛି କୁହାଯାଇ ପାରିବ ବୋଲି ଫାୟାର ବିଭାଗ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.